ଦେଶୀ ମଦ ଜବତ : ବେପାରୀ କୋର୍ଟ ଚାଲାଣ

Spread the love

କୋରେଇ : ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅଞ୍ଚଳରୁ ଦେଶୀ ମଦ ବେପାର ଖବର ପାଇ ଶୁକ୍ରବାର ସନ୍ଧ୍ୟାରେ ପୁଲିସ ଚଢାଉ କରିଥିଲା । ଚଢାଉ ସମୟରେ ଖମଣ ପଞ୍ଚାୟତ ବଢେଇଟିକର ଗ୍ରାମର ଗୁଣ୍ଡୁଚି ମଳିକଙ୍କ ପୁଅ ଅମର ମଳିକ(୪୪) ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାରୁ ତାକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ତା ନିକଟରୁ ୨୦ ବୋତଲ ଆସ୍କା ଫର୍ଟି ଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଥିଲା । ତାକୁ ଧରି ଥାନାକୁ ଆଣିବା ପରେ ଏକ ମାମଲା ୧୨୯/୨୩ ରୁଜ୍ଜୁ କରାଯାଇଥିଲା । ଆଜି ଅମରକୁ ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଅଦାଲତ ଚାଲାଣ କରାଯାଇଥିବା ତଦନ୍ତାଧିକାରୀ ଏଏସଆଇ ଅମୀୟ କୁମାର ବେହେରାଙ୍କ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *