ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ

ଜାତିସଂଘରେ ପାକିସ୍ତାନର ପୋଲ୍ ଖୋଲିଲା ଭାରତ। ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ। ଜାତିସଂଘରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଯୋଜନା ପଟେଲ ପାକିସ୍ତାନ ବିରୁଦ୍ଧରେ ବିଷୋଦଗାର କରିଛନ୍ତି। ପାକିସ୍ତାନ ଏକ ଦୁଷ୍ଟ ଦେଶ ବୋଲି କହିଛନ୍ତି ପଟେଲ। ପୁରା ଅଞ୍ଚଳରେ ଅଶାନ୍ତିକୁ ଖେଳାଉଛି। ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦିଆଯାଉଥିବା କହିଥିଲେ ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କଥାର ଅବତାରଣା କରିଥିଲେ ପଟେଲ। ଯେତେବେଳେ ଖୋଦ୍ ମନ୍ତ୍ରୀ ଏ କଥା କହୁଛନ୍ତି, ଆଉ କିଛି କହିବାର ଆବଶ୍ୟକତା ନାହିଁ। ଜାତିସଂଘର ଆତଙ୍କବାଦ ବିରୋଧୀ ବୈଠକରେ ପହଲଗାମ ଆତଙ୍କି ଆକ୍ରମଣ ଘଟଣା ଉଠାଇ ଏଭଳି ବର୍ଷିଛନ୍ତି ପଟେଲ। ଭାରତ ଲମ୍ୱାସମୟ ଧରି ସୀମା ପାର୍ ଆତଙ୍କବାଦର ଶୀକାର ହେଉଛି। ପାକିସ୍ତାନ ପୂର୍ବରୁ ଏହା କରି ଆସୁଛି ଆଉ ଏବେ ବି କରୁଛି। ଭାରତ କଦାପି ଆତଙ୍କବାଦ ଆକ୍ରମଣକୁ ଭୁଲିବନି ଓ ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ପ୍ରୟାସ କରିବ।ପାକିସ୍ତାନ ଆତଙ୍କବାଦୀଙ୍କG ସମର୍ଥନ ଦେବା ଓ ଆତଙ୍କିଙ୍କୁ ପାଣ୍ଠି ଦେବାର ଲମ୍ୱା ଇତିହାସ ରହିଛି। ପହଲଗାମ ଆତଙ୍କି ଆକ୍ରମଣ ପଛରେ ବଡ଼ ତଥ୍ୟ ପଦାକୁ ଆସିଛି। ଗୁଇନ୍ଦା ଏଜେନ୍ସି ମୁତାବକ ମାଷ୍ଟରମାଇଣ୍ଡ ପାକିସ୍ତାନର ପୂର୍ବ ଏସଏସଜି କମାଣ୍ଡର ହାସିମ୍ ମୁସାଙ୍କ ସଂପୃକ୍ତି ରହିଛି। ମୁସା ଏବେ ଲସ୍କର-ଏ-ତୋଏବା ପାଇଁ କାମ କରୁଛନ୍ତି। ମୁସା ଉପରେ ୨୦ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା ହୋଇଛି। ଲସ୍କର ମୁସାଙ୍କୁ ଜମ୍ମୁକଶ୍ମୀର ପଠାଇଥିଲା। ଯେମିତି ସୁରକ୍ଷାବଳ ଓ ବାହାର ଲୋକଙ୍କୁ ଆକ୍ରମଣ କରିବାକୁ ମଉକା ପାଇବେ। ମୁସା ଗାନ୍ଦରଓ୍ୱାଲର ଗଗନଗିରରେ ଅକ୍ଟୋବର ୨୦୨୪ରେ ଆକ୍ରମଣ ପଛର ମାଷ୍ଟରମାଇଣ୍ଡ୍ ଥିଲା। ଏଥିରେ ଅନେକ ମଜଦୁର୍ ଆଉ ଏକ ସ୍ଥାନୀୟ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା। ବାରାମୁଳା ଆକ୍ରମଣରେ ବି ମୁସାର ସଂପୃକ୍ତି ଥିଲା। ଏଥିରେ ୨ ଆର୍ମି ଯବାନ ଓ ୨ ଜଣ ପୋର୍ଟର୍ସଙ୍କ ମୃତ୍ୟୁ ହୋଇଥିଲା। ଏହାରି ଭିତରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତିର କଥା ବି ସାମ୍ନାକୁ ଆସିଛି। ଅହମଦାବାଦର ରିଷି ଭଟ୍ଟ ପହଲଗାମରେ ରୋପ୍ ଓ୍ୱେରେ ଯିବା ଆଗରୁ ସେଲଫି କାଢ଼ିଥିଲେ। କିନ୍ତୁ ତାଙ୍କ ପଛପଟେ ଥିବା ରୋପ୍ ଓ୍ୱେ ପରିଚାଳକ ଆହ୍ଲା ହୁ ଆକବର ବୋଲି ୩ଥର କହିଥିଲେ। ସେତେବେଳକୁ ତଳେ ଆତଙ୍କବାଦୀ ଗୁଳି କରୁଥିଲେ। ରିଷି ଭଟ୍ଟ ଜିପ୍ ଲାଇନରେ ଝୁଲି ସେଲଫି ନେଉଥିଲା ବେଳେ ତଳେ ଆତଙ୍କିଙ୍କ ଗୁଳିରେ ଟଳି ଚାଲିଥିଲେ ପର୍ଯ୍ୟଟକ। ଆତଙ୍କବାଦୀଙ୍କ ସହ ହାତ ମିଳାଇଥିଲା ରୋପ ଓ୍ୱେ ଅପରେଟର। ତଳେ ଲୋକଙ୍କ ଶବ ଦେଖି ରିଷି ଜିପଲାଇନର ହୁକ୍ ଖୋଲି ୨୦ଫୁଟ୍ ଉଚ୍ଚରୁ ଡେଇଁ ନିଜ ପତ୍ନୀ ଓ ପିଲାଙ୍କ ଜୀବନ ଏକ ଗାତରେ ପଶି ବଞ୍ଚାଇଥିଲେ। ଏନଆଇଏ ସଂପୃକ୍ତ ଜିପଲାଇନ୍ ଅପରେଟରଙ୍କୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି। ସେପଟେ ଏହାରି ଭିତରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ। ଆପ୍ ବି ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଦାୟିତ୍ୱ ସମୟରେ ଗାଏବ ବୋଲି କଂଗ୍ରେସର ଅଫିସିଆଲ ପେଜ୍ ରେ ପୋଷ୍ଟ ହୋଇଛି। କଂଗ୍ରେସର ଗାଏବ ପୋଷ୍ଟକୁ ନେଇ ବିଜେପି କହିଛି, ସର୍ବଦଳୀୟ ବୈଠକରେ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବ ବୋଲି କହିଥିଲା କଂଗ୍ରେସ। ଏବେ କିନ୍ତୁ ସ୍ପଷ୍ଟ ହୋଇଗଲା, କଂଗ୍ରେସ ପାର୍ଟି ପିପିପି ଦଳ ପାକିସ୍ତାନ ପରସ୍ତ ପାର୍ଟି ହୋଇଯାଇଛି। ୨୬/୧୧ ଆକ୍ରମଣ, ପୁଲଓ୍ୱାମା ମାମଲାରେ ପାକିସ୍ତାନକୁ କ୍ଲିନଚିଟ୍ ଦେଇଥିଲା କଂଗ୍ରେସ। ପହଲଗାମ ଆତଙ୍କି ଆକ୍ରମଣ ଘଟଣାକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ପୋଲ୍ ଖୋଲୁଥିଲା ବେଳେ ଭାରତ ଭିତରେ ପାକିସ୍ତାନକୁ ମୁକାବିଲା ନେଇ ତାତି ଓ ରାଜନୀତି ବି ସେତିକି ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *