ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

Spread the love

ଗଞ୍ଜାମ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ବେଗୁନିଆପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଓଡିଶା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି। ଶୁକ୍ରବାର ମଧ୍ୟାହ୍ବ ପ୍ରାୟ ୧ଟା ସମୟରେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ କାବୁ କରିଛି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା। ମୋ ଗୁହାଳ ଯୋଜନାରେ ସରକାରୀ ଅର୍ଥ ଦେବାକୁ ଏହି ଅର୍ଥ ନେଉଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ଗୁହାଳ ଯୋଜନା କରାଯାଇଛି। ଗଞ୍ଜାମ ବେଗୁନିଆପଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗୁହାଳ ନିର୍ମାଣ ପାଇଁ ଅର୍ଥ ରିଲିଜ କରାଇବାକୁ ମଲ୍ଲିକ ଉକ୍ତ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଦାବି କରିଥିଲେ। ଏହାକୁ ନେଇ ହିତାଧିକାରୀ ଭିଜିଲାନ୍ସରେ ଏକ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଦୁର୍ନୀତି ନିର୍ବାଣ ସଂସ୍ଥା।

ଶୁକ୍ରବାର ମଧ୍ୟାହ୍ନରେ ଟଙ୍କା ନେଉଥିବା ବେଳେ ସେଠାରେ ପୂର୍ବରୁ ଜଗି ରହିଥିବା ବିଭାଗର ଅଧିକାରୀ ମଲ୍ଲିକଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲେ। ଏହା ପରେ ତାଙ୍କର ଦୁଇଟି ସ୍ଥାନରେ ରେଡ କରି ଖୋଳତାଡ ଚଳାଇଛି ବିଭାଗ। ଏହି ରେଡରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ରେଡ ପରେ ସେ କେତେ ସମ୍ପତ୍ତିର ମାଲିକ ତାହା ଜଣାପଡିବ।

Leave a Reply

Your email address will not be published. Required fields are marked *