ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଲରେନ୍ସଙ୍କ ପିତା

Spread the love

ସିଧୁ ମୁସେବାଲା ହତ୍ୟାମା ମଲାର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇଙ୍କ ପିତା ପୁଅ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ପଞ୍ଜାବ ପୁଲିସର ଟ୍ରାଞ୍ଜିଟ ରିମାଣ୍ଡଉପରେ ଉଠାଇଛନ୍ତି ପ୍ରଶ୍ନ। ସେ କୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି କି, ଲରେନ୍ସଙ୍କୁ ଆଇନ ଗତ ସହାୟତା ଦିଆ ଯାଉନାହିଁ।

ବର୍ତ୍ତମାନ ଅପରାଧ ଜଗତର ଜଣାଶୁଣା ନାମ ଲରେନ୍ସ ବିଷ୍ଣୋଇ। ସିଧୁ ମୁସେବାଲା ହତ୍ୟାର ମୁଖ୍ୟ ଅଭିଯୁକ୍ତ। ଏବେ ସେ ପଞ୍ଜାବ ପୁଲିସ ହାତରେ। ହେଲେ ଲରେନ୍ସ ବିଷ୍ଣୋଇଙ୍କ ଟ୍ରାଞ୍ଜିଟ ରିମାଣ୍ଡ ଉପରେ ପ୍ରଶ୍ନ କରିଛନ୍ତି ତାଙ୍କ ପିତା। କାହିଁକି ଲରେନ୍ସଙ୍କୁ ପଞ୍ଜାବ ପୁଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି ତାକୁ ନେଇ କରିଛନ୍ତି ପ୍ରଶ୍ନ।  ଏଥିସହ ବିଷ୍ଣୋଇଙ୍କୁ କୌଣସି ଆଇନଗତ ସହାୟତା ମିଳୁ ନ ଥିବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଷ୍ଣୋଇଙ୍କ ପିତା। ସେ ଅଭିଯୋଗ ଆଣିଛନ୍ତି କି, ଲରେନ୍ସଙ୍କୁ ଭୁଲ ଉପାୟରେ ହାଜତକୁ ନେଇଛି ପଞ୍ଜାବ ପୁଲିସ। ଏହି ଯାଚିକା ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି, ହତ୍ୟାକାଣ୍ଡ ପଞ୍ଜାବରେ ହୋଇଥିବାରୁ ଯାଞ୍ଚ ପଞ୍ଜାବ ପୁଲିସ କରିବ। ଯଦି ଆବଶ୍ୟକ ବିଷ୍ଣୋଇ ହାଇକୋର୍ଟକୁ ଯାଇପାରନ୍ତି ଓ ତାଙ୍କୁ ସହାୟତା ପାଇଁ ଓକିଲ ମିଳିବେ। ଏହି ମାମଲାରେ ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ବିସ୍ତୃତ ଶୁଣାଣି କରିବେ।

ଲରେନ୍ସ ବିଷ୍ଣୋଇ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେ ବଲିଉଡ ଅଭିନେତା ସଲମାନଖାନଙ୍କୁ ହତ୍ୟା ଧମକ ଦେଇଥିଲେ କଳାହରିଣ ହତ୍ୟାରେ ସଲମାନଙ୍କ ସମ୍ପୃକ୍ତପରେ। କାରଣ ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କଳା ହରିଣ ଶୁଭ ଓ ଧର୍ମ ବିଶ୍ବାସ ସହ ଜଡିତ ରହିଛି। ତେବେ ଲରେନ୍ସ କୌଣସି ଅପରାଧିକ ପୃଷ୍ଠଭୂମିଧାରୀ ପରିବାରରେ ଜନ୍ମ ହୋଇ ନ ଥିଲା। ଲରେନ୍ସର ପିତା ଜଣେ ପୁଲିସ କନେଷ୍ଟବଳ ଥିଲେ। ଲରେନ୍ସର ପିଲାଦିନ ଥିଲା ଅନ୍ୟ ସାଧାରଣ ପିଲାଙ୍କ ପରି । ୨୦୧୧ରେ ଚଣ୍ଡିଗଡର ଡିଏବି କଲେଜରେ ପଢୁଥିବା ବେଳେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲା।

ସେତେବେଳେ ସେ କଲେଜ ସଭାପତି ପାଇଁ ନିର୍ବାଚନ ଲଢିଥିଲା। କିନ୍ତୁ ନିର୍ବାଚନରେ ବିଫଳ ହେବା ପରେ ପ୍ରଥମ ଥର ହିଂସ୍ର ହୋଇ ଉଠିଥିଲା ଲରେନ୍ସ।  ବାୟୁରେ ହତିଆର ଚଳାଇଥିଲା। ଏହାପରେ ଅପରାଧର ଅନ୍ଧକୂଅରେ ଫସିଯାଇ ଥିଲା ଲରେନ୍ସ ଓ ଗୋଟିଏ ଗୋଟିଏଅପରାଧ କରି ଚାଲିଥିଲା। ଲରେନ୍ସ ନାମରେ ରହିଛି ୨୫-୩୦ରୁ ଅଧିକ ଅପରାଧିକ ମାମଲା। ୭୦୦ରୁ ଅଧିକ ସାର୍ପସୁଟର ତା ଅଧୀନରେ କାମ କରୁଛନ୍ତି। ବର୍ତ୍ତମାନ ସେ ଦେଶର ସବୁଠାରୁ କୁଖ୍ୟାତ ଗ୍ୟାଙ୍ଗ ଷ୍ଟର ଭାବେ ପରିଚିତ। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ଚାଲିଛି ତାର ସିଣ୍ଡିକେଟ।

Leave a Reply

Your email address will not be published. Required fields are marked *