ଅନ୍ତଃରାଜ୍ୟ ଚୋରି ରାକେଟକୁ ମାଡିବସିଲା ବୈରି ପୋଲିସ । ଗତକାଲି ବୈରି ଥାନାଧିକାରୀଙ୍କ ନେତୃତ୍ୱରେ ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ ସମୟରେ ଛତିଆ ଚୁଆ ପଡିଆ ଠାରେ ଡ଼କାୟତି ଯୋଜନା କରୁଥିବା ପୋଲିସ ସୂଚନା ପାଇଥିଲା । ସୂଚନାଅନୁସାରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଅସ୍ତ୍ରଶସ୍ତ୍ର ଜବତ ସହ ଡକାୟତଙ୍କୁ ଗିରଫ କରିଥିଲା । ଡକାୟତମାନେ ହେଲେ ପୁର୍ବ କୋର୍ଟ କୋରେଇ ପାନ୍ତୁରି ଅଞ୍ଚଳର ଆଲୁଲ ଅଙ୍ଗଜ ରାଓ-ବୟସ (୨୩), ଶଙ୍କର ଦାସ -ବୟସ (୩୩) , ଦୁର୍ଗା ରାଓ ଦାସ -ବୟସ (୪୪), କାୱାଡି ମହାଦେବ-ବୟସ (୨୪) । ଅନ୍ୟ ଦୁଇ ଜଣ ମାକେଲା ଲାଚେନା-ବୟସ (୨୫), ମେକଲା ଶିବ କୁମାର୍ ଏମାନଙ୍କ ଘର ଆକି ଭିଡୁ ଇଷ୍ଟ ଗୋଦାବରୀ, ୱେଷ୍ଟ ଗୋଦାବରୀ ,ଥାନା – ବୋକରାମ , ଆନ୍ଧ୍ର ପ୍ରଦେଶ ବୋଲି ଥାନା ପକ୍ଷରୁ ଜଣାପଡିଛି। କେଶ୍ ନମ୍ବର୍ – ୫୭ / ୨୫ ଭାରତୀୟ ନ୍ୟାୟ ସଂହିତା ଧାରା-୩୧୦ /୪/,୩୧୦/୫ ରଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି ପୋଲିସ, ସେମାନଙ୍କ ନିକଟରୁ ଦୁଇଟି ରଡ଼, ଗୋଟିଏ ଜଗ ପାଇପ୍, ଲୁହା ପାଇପ୍, କଟୁରୀ ସହିତ ବ୍ୟବହୃତ ତିନି ଗୋଟି ବାଇକକୁ ଜବତ କରିଛି ବୈରି ପୋଲିସ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now