ଯୁବତୀର ବୟସ ମାତ୍ର ୨୦। ବିବାହିତ ଥିଲେ। କିନ୍ତୁ ୫୨ ବର୍ଷର ପ୍ରେମିକର ପ୍ରେମରେ ଅନ୍ଧ ହୋଇ ଘରୁ ଫେରାର୍ ହୋଇଯାଇଥିଲେ। ଏ ନେଇ ଯୁବତୀ ଗୁଡ଼ିଆଙ୍କ ବାପା ବୀରେନ୍ଦ୍ର ଏତଲା ବି ଦେଇଥିଲେ। ପ୍ରେମିକ ବିନୋଦ ସହ ରହିବାକୁ ଚାହୁଁଥିବା ଗୁଡିଆଙ୍କର କିନ୍ତୁ ଆଶା ପାଣିଫୋଟକା ଭଳି ଲିଭିଗଲା। କାରଣ ତାଙ୍କ ପ୍ରେମିକ ବିବାହିତ ଥିଲା ଓ ସେଥିଲାଗି ନିଜ ସହ ରଖିବାକୁ ଚାହୁଁନଥିଲା। ସେପଟେ ଗୁଡିଆ ବି ଗର୍ଭବତୀ ଥିଲେ। ଆଉ ଏ ସବୁରୁ ବର୍ତ୍ତିବାକୁ ଶେଷରେ ପିଶାଚ ସାଜିଲା ୫୨ ବର୍ଷୀୟ ପ୍ରେମିକ। ଗର୍ଭବତୀ ଗୁଡିଆକୁ ହତ୍ୟା କରି ଶବକୁ କୂଅରେ ଫିଙ୍ଗିଦେଲା।.ୟୁପିର ମଥୁରାର ବର୍ସାନା ଥାନା ଅଞ୍ଚଳର ଏ ଘଟଣା। ଗୁଡିଆ ଭୂଦେବଙ୍କୁ ବିବାହ କରିଥିଲେ। ଏପ୍ରିଲ ୨୪ରୁ ବିବାହିତା ମହିଳା ଗୁଡ୍ଡିଆ ଘରୁ ଫେରାର୍ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମିଳିନଥିଲେ। ତିନି ମାସ ହେଲା ଗର୍ଭବତୀ ଥିଲେ ଗୁଡ୍ଡିଆ। ହତ୍ୟାକାରୀ ବିନୋଦ କେବଳ ଗୁଡ୍ଡିଆଙ୍କୁ ହତ୍ୟା କଲେନି। ତା ସହ ତାଙ୍କ ପେଟରେ ଥିବା ଶିଶୁଟିକୁ ବି ମାରିଦେଲା। ହତ୍ୟାକାରୀ ବିନୋଦ ଗୁଡ୍ଡିଆକୁ ହତ୍ୟା କରି କୂଅରେ ଫିଙ୍ଗିବା ବେଳେ କୂଅ ଚଉରାରେ ୩ଜଣଙ୍କ ଫଟୋ ପକାଇଦେଇଥିଲା। ଯେମିତିକି ପୁଲିସକୁ ତା ପ୍ରତି ସନ୍ଦେହ ହେବନି। ୩ ଜଣଙ୍କ ଫଟୋକୁ ଯାଞ୍ଚ କରି ପୁଲିସ ଜାଣିବାକୁ ପାଇଥିଲା ଯେ, ଜଣେ ରେଲଓ୍ୱେ କର୍ମଚାରୀ। ଆଉ ଜଣେ ମାନସିକ ବିକୃତ ବ୍ୟକ୍ତି ଥିଲେ। ପୁଲିସକୁ ଭ୍ରମିତ କରିବାକୁ ଏମିତି ଷଡ଼ଯନ୍ତ୍ର କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now