ବିଧାୟକ ଅନସାରୀଙ୍କୁ ଅନ୍ତରୀଣ ଜାମିନ- ଗ୍ୟାଙ୍ଗଷ୍ଟର ଆକ୍ଟରେ ହୋଇଥିଲେ ଗିରଫ

ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ବିଧାୟକ ଆବାସ ଅନସାରୀଙ୍କୁ ମିଳିଲା ଜାମିନ୍। ୟୁପିର ବିଧାୟକ ଅନସାରୀଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ଅନ୍ତରୀଣ ଜାମିନ୍। ୟୁପି ଗ୍ୟାଙ୍ଗଷ୍ଟର ଓ ଆଣ୍ଟି ସୋସିଆଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟ, ୧୯୮୬ରେ ମାମଲା ହୋଇଥିଲା ଅନସାରୀଙ୍କ ବିରୁଦ୍ଧରେ। ତେବେ ଅନସାରୀଙ୍କୁ ଅନ୍ତରୀଣ ଜାମିନ୍ ଦେବା ବେଳେ ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କଡ଼ା ସର୍ତ୍ତ ରଖିଛନ୍ତି। ଟ୍ରାଏଲ କୋର୍ଟର ସ୍ପେଶିଆଲ ଜଜଙ୍କ ବିନା ଅନୁମତିରେ ୟୁପି ଛାଡ଼ିପାରିବେନି ଅନସାରୀ। ଲକ୍ଷ୍ନୌସ୍ଥିତ ସରକାରୀ ଘରେ ରହିବେ। ନିଜ ନିର୍ବାଚନମଣ୍ଡଳୀ ମାଉକୁ ଯିବାକୁ ଚାହୁଁଥିଲେ, ଟ୍ରାଏଲ କୋର୍ଟ ଓ ଜିଲ୍ଲା ପୁଲିସକୁ ଅବଗତ କରାଇ ଅନୁମତି ନେବେ। ମାମଲା ବିଚାରାଧୀନ ଥିବାରୁ ସର୍ବସାଧାରଣରେ କୌଣସି ମତମନ୍ତବ୍ୟ ଦେବେନି ଅନସାରୀ। ମାମଲାର ପରବର୍ତ୍ତୀ ଶୁଣାଣୀ ୬ ସପ୍ତାହ ପରେ ହେବ। ଟ୍ରାଏଲ କୋର୍ଟରେ ପ୍ରୋଗ୍ରେସ ସମ୍ୱନ୍ଧୀୟ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଡିସେମ୍ୱର ୮, ୨୦୨୪ରେ ଆହ୍ଲାବାଦ ହାଇକୋର୍ଟ ଅନସାରୀଙ୍କ ବେଲକୁ ଖାରଜ କରିଦେଇଥିଲେ। ଜିଲ୍ଲାସ୍ତରରେ ଗ୍ୟାଙ୍ଗକୁ ପରିଚାଳିତ କରୁଥିଲେ ଅନସାରୀ। ତାଙ୍କ ବିରୁଦ୍ଧରେ ଅପରାଧିକ ଇତିହାସ ରହିଛି। ଆଉ ସାକ୍ଷୀଙ୍କୁ ଧମକ ଓ ପ୍ରମାଣକୁ ନଷ୍ଟ କରିପାରନ୍ତି ବୋଲି ହୃଦବୋଧ କରି ଆହ୍ଲାବାଦ ହାଇକୋର୍ଟ ତାଙ୍କର ଜାମିନ ଖାରଜ କରିଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *