ନିଜ ନାବାଳିକା ଝିଅର ଯୌନଶୋଷଣ କରୁଥିଲା ମାଆ। ତା ପୁଣି ନିଜ ପୁରୁଷ ବନ୍ଧୁଙ୍କ ଦ୍ୱାରା। ହରିଦ୍ୱାରରେ ମାଆ-ଝିଅର ପବିତ୍ର ସମ୍ପର୍କକୁ କଳୁଷିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହରିଦ୍ୱାରର ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତିଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଆରୋପ। ନିଜ ବୟଫ୍ରେଣ୍ଡଙ୍କୁ ଲଗାଇ ନିଜ ନାବାଳିକା ଝିଅ ସହ ଯୌନ ବ୍ୟଭିଚାର କରାଉଥିଲେ ମହିଳା ଜଣକ। ପୀଡ଼ିତାଙ୍କ ମାଆର ନିଜ ସ୍ୱାମୀଙ୍କ ସହ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। ୧୩ ବର୍ଷର ଝିଅ ପ୍ରାୟ ମାସେ ହେଲା ନିଜ ବାପାଙ୍କ ସହ ରହି ଆସୁଥିଲେ। କିନ୍ତୁ କିଛି ଦିନ ହେଲା ଝିଅ ପୁରା ଗୁୂମସୁମ ରହୁଥିବା ଦେଖି ଏହାର କାରଣ ଜାଣିବାକୁ ଚାହିଁଥିଲେ ବାପା। ଆଉ ଯେତେବେଳେ ଝିଅ ମୁହଁ ଖୋଲି କହିଲେ, ତ ହୋସ୍ ଉଡ଼ିଯାଇଥିଲା ବାପାଙ୍କର। ମାଆ ନିଜ ବୟଫ୍ରେଣ୍ଡ୍ ସୁମିତ ପଟ୍ଟଓ୍ୱାଲ ସମେତ ଅନେକ ବ୍ୟକ୍ତିଙ୍କୁ ଲଗାଇ ତାଙ୍କର ଯୌନଶୋଷଣ କରୁଥିଲେ। ଏହାକୁ ନେଇ ଝିଅ ଥାନାରେ ଏତଲା କରିବା ପରେ ପୁଲିସ ତଦନ୍ତ କରିଥିଲା। ପୀଡ଼ିତାଙ୍କ ୧୬୪ ଷ୍ଟେଟମେଣ୍ଟ ନେବା ସହ ଡାକ୍ତରୀ ମାଇନା କରାଯାଇଥିଲା। ଡାକ୍ତରୀ ମାଇନାରୁ ବି ପୀଡ଼ିତାଙ୍କୁ ଯୌନଶୋଷଣ ହୋଇଥିବାର ରିପୋର୍ଟ ଆସିଛି।ଆଉ ବିଜେପି ମହିଳା ନେତ୍ରୀଙ୍କ ସମେତ ତାଙ୍କର ବୟଫ୍ରେଣ୍ଡକୁ ଗିରଫ କରିଛି ପୁଲିସ। ପୁଲିସ ଟିମ୍ ଏବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଖାନତଲାସି ଜାରି ରଖିଛି। ସଂପୃକ୍ତ ମହିଳାଙ୍କ ବିରୁଦ୍ଧରେ ପୋକ୍ସୋ ଓ ଅନ୍ୟ ସଙ୍ଗୀନ ଧାରାରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ହରିଦ୍ୱାର ଏସପି ପ୍ରମେନ୍ଦ୍ର ସିଂ ଡୋଭାଲ। ହରିଦ୍ୱାର ବିଜେପି ଜିଲ୍ଲା ସଭାପତି ଆଶୁତୋଷ ଶର୍ମା କହିଛନ୍ତି, ସଂପୃକ୍ତ ମହିଳାଙ୍କ ଅଗଷ୍ଟ ୨୦୨୪ରୁ ଦଳର ସମସ୍ତ ଦାୟିତ୍ୱରୁ ରିଲିଜ୍ କରିଦିଆଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now