ନୋଏଡା ବୃଦ୍ଧାଶ୍ରମ- ହାତଗୋଡ଼ ବାନ୍ଧି ବିନା ପୋଷାକରେ ଅକଥନୀୟ ନିର୍ଯାତନା!

ରୁମ୍‌ ଭିତରେ ଲକ୍ ଥିଲେ। ଝାଡ଼ା ପରିସ୍ରାରେ ଭିଜିଥିବା ଓ ଗନ୍ଧାଉଥିବା ପୋଷାକରେ ସେମାନଙ୍କୁ ବନ୍ଧାଯାଇଥିଲା। ନୋଏଡାର ଏକ ବୃଦ୍ଧାଶ୍ରମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ହୋସ୍ ଉଡ଼ିଯାଇଛି ସରକାରୀ ଅଧିକାରୀଙ୍କ। ଏମାନଙ୍କ ଦେଖାଶୁଣା କରିବାକୁ କେହି ନଥିଲେ। ଆଉ କିଛିଙ୍କ ଦେହରେ ବିଲକୁଲ ପୋଷାକ ହିଁ ନଥିଲା। ଏମିତି ଅମାନବୀୟ ଢଙ୍ଗରେ ୩୯ ବୟସ୍କ କାଳ କାଟୁଥିଲେ ନୋଏଡ଼ା ସେକ୍ଚର ୫୫ରେ ଥିବା ଆନନ୍ଦ ନିକେତନ ବୃଦ୍ଧାଶ୍ରମରେ। ଏହାର ଏକ ଭିଡ଼ିଓ ଭାଇରାଲ ପରେ ଏହାକୁ ଲକ୍ଷ୍ନୌର ସାମାଜିକ ବିକାଶ ବିଭାଗକୁ ପଠାଯାଇଥିଲା। ରାଜ୍ୟ ମହିଳା କମିଶନ ଓ ନୋଏଡା ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ଓ ୩୯ଜଣଙ୍କୁ ରେସକ୍ୟୁ କରିଥିଲେ। ବୃଦ୍ଧାଶ୍ରମରେ ନିଜକୁ ନର୍ସ ବୋଲି କହୁଥିବା ଜଣେ କର୍ମଚାରୀ କହିଥିଲେ, ସେ କେବଳ ପ୍ଲସ ଟୁ ପାସ୍ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ବୟସ୍କଙ୍କ ପରିବାର ପାଖରୁ ଡୋନେସନ ବାବଦରେ ଆଶ୍ରମ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲା। ଏହା ବାଦ୍ ଖାଇବା ଓ ରହିବା ବାବଦକୁ ମାସିକ ୬ହଜାର ଟଙ୍କା ନେଉଥିଲା ଆଶ୍ରମ। ସମସ୍ତ ଅନ୍ତେବାସୀଙ୍କୁ ରେସକ୍ୟୁ କରି ସରକାରୀ ବୃଦ୍ଧାଶ୍ରମକୁ ନିଆଯାଇଛି। ଏ ସନ୍ଦର୍ଭରେ ଆଶ୍ରମ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ବି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *