ପାକିସ୍ତାନକୁ ବଡ଼ ଝଟକା । ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ନେଇ ଆମେରିକା ହେଲା କଠୋର । ଗୋଟିଏ ଦିନ ପୂର୍ବରୁ ୪ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ଆମେରିକା ପାକିସ୍ତାନର ସରକାରୀ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ ସମେତ ୪ଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମକୁ ସହଯୋଗ କରିବା ପାଇଁ ଲଗାଯାଇଛି ପ୍ରତିବନ୍ଧକ । ଯାହା ପାଇଁ ପାକିସ୍ତାନ ବଡ ଅସୁବିଧାର ସମ୍ମୁଖୀନ ହୋଇପାରେ । ହ୍ବାଇଟ୍ ହାଉସ୍ ତରଫରୁ କୁହାଯାଇଛି ଯେ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୋଗ୍ରାମରେ ପାକିସ୍ତାନର କ୍ଷମତା ଦକ୍ଷିଣ ଏସିଆର ବାହାରେ ଆମେରିକା ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ହୋଇଯିବ । ପାକିସ୍ତାନର ଏହି କାର୍ଯ୍ୟକଳାପ ଆମେରିକା ପାଇଁ ବିପଦ ହୋଇପାରେ ବୋଲି କହିଛନ୍ତି ହ୍ବାଇଟ୍ ହାଉସ୍ର ଜଣେ ବରିଷ୍ଠ ଅଧିକାରୀ। ଆମେରିକା ଚାରିଟି ପାକିସ୍ତାନୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଆସିଛି। ଏହି କମ୍ପାନୀ କରାଚିର । NDC ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରୋଗ୍ରାମ୍ ସହ ସାମିଲ । ଆମେରିକାର ଡେପୁଟି ନ୍ୟାସନାଲ ସିକ୍ୟୁରିଟି ପରାମର୍ଶଦାତା ଜନ୍ ଫିନର୍ ଏକ ଥିଙ୍କ ଟ୍ୟାଙ୍କକୁ କହିଛନ୍ତି ଯେ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ ପାଇଁ ବାଇଡେନ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now