ରାଜ କୁନ୍ଦ୍ରାଙ୍କ ଘରେ ଇଡି ରେଡ୍। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଛନ୍ଦି ହୋଇଥିଲେ। ଆଉ ଏହା ଲିଂକରେ ଇଡି ରେଡ୍ କରିଛି। ଘର ଓ ଅଫିସରେ ଚଢ଼ାଉ କରିଛି ଇଡି। କାନପୁରର ଶ୍ୟାମନଗରରେ ରହୁଥିବା ନର୍ବଦା ଶ୍ରୀବାସ୍ତବଙ୍କ ବଡ଼ ପୁଅ ଅରବିନ୍ଦ ଶ୍ରୀବାସ୍ତବଙ୍କ ଘରେ ବି ଇଡି ରେଡ୍ କରିଛି। ଯିଏ କାନପୁର ଆଇଆଇଟିରୁ ଇଞ୍ଜିନିୟରିଂ କରିବା ପରେ ବାହାରେ ଯାଇ କାମ କରୁଥିଲେ। ଅରବିନ୍ଦ ନିଜ ପତ୍ନୀ ହର୍ଷିତାଙ୍କ ସହ ସିଙ୍ଗାପୁରରେ ରହି ରାଜ କୁନ୍ଦ୍ରାଙ୍କ ପ୍ରଡକ୍ସନ କାମ ସମ୍ଭାଳୁଥିଲେ। ଇଡି ଦ୍ୱାରା ମାମଲା ରୁଜୁ ପରେ ଅରବିନ୍ଦଙ୍କ ଘର ବି ଛାନଭିନ୍ ହୋଇଛି। ୨୦୦୮ରେ ହର୍ଷିତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୨୦ହଜାର ଟଙ୍କା ଥିଲା ବେଳେ ୨୦୧୯ରୁ ୨୦୨୧ ଭିତରେ ତାଙ୍କ ଖାତାକୁ ୨ କୋଟି ୩୩ଲକ୍ଷ ଟଙ୍କା କେମିତି ଆସିଲା, ତାକୁ ନେଇ ଖୋଳତାଡ଼ କରିଛି ଇଡି। ଏହି ଟଙ୍କାକୁ ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ସହ ଯୋଡ଼ିକି ଦେଖୁଛି ଇଡି। ୬ ବର୍ଷ ହେଲା ଅରବିନ୍ଦ ଭାରତ ଆସିନାହାନ୍ତି। ମନି ଲଣ୍ଡରିଂ ଓ ପର୍ଣ୍ଣୋଗ୍ରାଫି ମାମଲାରେ ଚାଲିଥିବା ଚଢ଼ାଉ ବେଳେ ଅତୁଲ ଶ୍ରୀବାସ୍ତବଙ୍କୁ ନିଜ ହେପାଜତକୁ ନେଇଛି ଇଡି। ଅତୁଲ ସଫ୍ଟଓ୍ୱେର କମ୍ପାନୀ ଚଳାନ୍ତି। ଅତୁଲଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନେକ ସନ୍ଦିଗ୍ଧ ଲେନଦେନ ହୋଇଛି। ଏହି ଟ୍ରାନ୍ସଆକ୍ସନର ସିଧା କନେକ୍ସନ ରାଜ କୁନ୍ଦ୍ରାଙ୍କ ନେଟଓ୍ୱର୍କ ସହ ଥିବାର ଆକଳନ କରିଛି ଇଡି। ଅତୁଲ ନିଜର ସଫ୍ଟଓ୍ୱେର କମ୍ପାନୀ ଜରିଆରେ ରାଜ କୁନ୍ଦ୍ରାଙ୍କୁ ଡିଜିଟାଲ ନେଟଓ୍ୱର୍କର ଜ୍ଞାନକୌଶଳ ସପୋର୍ଟ ଦେଉଥିଲେ। କାନପୁର, ଗୋରଖପୁର ଓ କୁଶୀନଗରରେ ଏକକାଳୀନ ବଡ଼ ଧରଣର ଚଢ଼ାଉ କରିଛି ଇଡି।
Naxatra News is now on Whatsapp
Join and get latest news update delivered to you via whatsapp
Join Now