ଅଟୋ ସଂଘ ସଭାପତିଙ୍କୁ ଗୋଡେଇ ଗୋଡେଇ ହାଣିଲେ ଯୁବକ

ବଳିଆପଣ୍ଡା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେଉଛି ପୋଲିସର ନିଷ୍କ୍ରିୟତା ପାଇଁ । ଦିନ ଦ୍ୱିପ୍ରହରେ ପର୍ଯ୍ୟଟକ ଅଞ୍ଚଳରେ ଅଟୋ ସଂଘ ସଭାପତି ଦୀପ୍ତି ରଞ୍ଜନ ମହାନ୍ତି ଙ୍କୁ ହାଣି ଲହୁଲୁହାଣ କରିଛନ୍ତି ରାକେଶ କୁମାର ସାହୁ (ବେଙ୍ଗ) ନାମକ ଦୁର୍ବୃତ୍ତ । ଏଠି ପର୍ଯ୍ୟଟକ କେତେ ସୁରକ୍ଷିତ ପ୍ରଶ୍ନ ଉଠିବା ସହ ବଳିଆପଣ୍ଡା ଥାନାର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ସାଧାରଣରେ ଏଭଳି ଆତଙ୍କୀ ଗୁଣ୍ଡା ଙ୍କ ବିରୋଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଏବଂ କେତେ ସମୟରେ କାର୍ଯ୍ୟାନୁଷ୍ଠାନ ନେବ ଦେଖିବା ବାକି ରହିଲା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଭଳି ଗୁଣ୍ଡା ପୁରୀରେ ଆତଙ୍କବାଦୀ ଠାରୁ କମ ନୁହଁ – କାରଣ ଗୋଟପଟେ ପୋଲିସ ର ମକଡ୍ରିଲ ଆଉ ଗୋଟପଟେ ଆତଙ୍କରାଜ ଏହା ପ୍ରଶ୍ନ ଉଠାଉଛି ପୁରୀ ଉପରେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *