ବାଇକରେ ଯାଉଥିବା ଲୋକଙ୍କୁ କାରରେ ଧକ୍କା ଦେଲେ। କିନ୍ତୁ କୌଣସି ଅନୁଶୋଚନା ବଦଳରେ ଏହା ତାଙ୍କର ଦୈନିକ କାମ କହି ବିବାଦରେ ୟୁଟ୍ୟୁବର ରଜତ ଦଲାଲ୍। ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ପରେ ଚାରିଆଡ଼ୁ ରଜତଙ୍କୁ ନିନ୍ଦାର ସୁଅ ଛୁଟିଛି। ନିଜର ବିବାଦୀୟ ଆଚରଣ ଲାଗି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରଜତ ଏଥର ବ୍ୟସ୍ତବହୁଳ ସଡ଼କରେ ୧୪୦ କିଲୋମିଟର ବେଗରେ ଗାଡ଼ି ଚଳାଇବା ବେଳେ ଏଭଳି ଧକ୍କାଦେଇ ପାଲଟା ବାହାଦୁରୀ ମାରିବା ମହଙ୍ଗା ପଡ଼ିବାକୁ ଯାଉଛି।
ଗାଡ଼ି ଓଭରସ୍ପିଡ୍ ଥିଲା। ରାସ୍ତାରେ ବାଇକ ଆରୋହୀଙ୍କୁ ଧକ୍କା ବି ଦେଲେ। କିନ୍ତୁ ଏଭଳି କରି ସାମାନ୍ୟ ଅନୁଶୋଚନା କଲେନି କି ଗାଡ଼ି ରଖିଲେନି। ବଦଳରେ ପାଲଟା ଦେଖାଇଥିବା ବାହାଦୁରୀ ଲାଗି ଏବେ ନିନ୍ଦାର ପାତ୍ର ସାଜିଛନ୍ତି ୟୁଟ୍ୟୁବର ରଜତ ଦଲାଲ। ବିଡ଼ମ୍ୱନାର କଥା ଯେ ପାଖରେ ଜଣେ ମହିଳାଙ୍କୁ ବସାଇ ରଜତ ଆରାମରେ ଗାଡ଼ି ଚଳାଇ ଯେଭଳି ବେପରୁଆ ଢଙ୍ଗରେ ଜବାବ ରଖିଥିଲେ ଯେ, ଏହା ତାଙ୍କରି ସବୁଦିନିଆ କାମ। ଏହି ଭିଡ଼ିଓ କାରର ପଛ ସିଟରେ ବସିଥିବା ଜଣେ ବ୍ୟକ୍ତି ସୁଟ୍ କରିଥିଲା। ଏହି ଭିଡ଼ିଓ ଏନଏଚପିସି ମେଟ୍ରୋ ଷ୍ଟେସନ ପାଖରେ ସୁଟ୍ ହୋଇଥିବା ଜଣାପଡ଼ିଛି। ଏଭଳି ଭିଡ଼ିଓ ଭାଇରାଲ ପରେ ସୋସିଆଲ ମିଡିଆରେ ରଜତଙ୍କ ପ୍ରତି ଚାରିଆଡ଼ୁ ନିନ୍ଦା ଛୁଟିଛି। ରଜତଙ୍କୁ ଗିରଫ କରିବାକୁ ଦାବି ଜୋରଦାର ହୋଇଛି। ଫରିଦାବାଦ ପୁଲିସ ରଜତଙ୍କ ବିରୁଦ୍ଧରେ ଚାଲାଣ କାଟିଛି।
ଏହି ଭିଡ଼ିଓକୁ କିଏ ଫରିଦାବାଦ ତ କିଏ ଦିଲ୍ଲୀ ଓ ଗୁରୁଗ୍ରାମର କହି ଟ୍ୟାଗ୍ କରିବା ସହ ଟ୍ୱିଟର ଟ୍ରେଣ୍ଡିଂ କରିଛନ୍ତି। ରଜତ ଦଲାଲ ବି ପୂର୍ବରୁ ଜଣେ ଯୁବକକୁ ଅପହରଣ ସହ ମାଡ଼ପିଟ କରିବା ଅଭିଯୋଗରେ ଅହମଦାବାଦ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ସଂପୃକ୍ତ ଯୁବକର ମୁହଁରେ ଗୋବର ଛାଟିବା ଓ ପରିଶ୍ରା କରିଥିବା ସଙ୍ଗୀନ ଆରୋପ ଥିଲା। ବିବାଦରେ ସବୁବେଳେ ରହି ଆସିଥିବା ରଜତ ପାଓ୍ୱାର ଲିଫଟିଂରେ
Naxatra News is now on Whatsapp
Join and get latest news update delivered to you via whatsapp
Join Now