ସଲମାନ ଖାନକୁ ପୁଣି ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ମୃତ୍ୟୁ ଧମକ ମିଳିଛି । ଏହି ଧମକ ଗତକାଲି (ରବିବାର) ସକାଳ ୬.୩୦ ରେ ୱାର୍ଲି ଟ୍ରାଫିକ ବଭାଗର ହ୍ୱାଟସପ ନମ୍ବରରେ ଜଣେ ଅଜଣା ବ୍ୟକ୍ତି ପଠାଇଥିଲା । ଅଭିନେତାଙ୍କ ଘରକୁ ପ୍ରବେଶ କରି ହତ୍ୟା କରିବା ସହ ତାଙ୍କ ଗାଡିରେ ବୋମା ବିସ୍ଫୋରଣ କରିବା ନେଇ ମ୍ୟାସେଜରେ ଲେଖାଯାଇଥିଲା ।ଏହି ଘଟଣା ପରେ ୱାର୍ଲି ପୁଲିସ ମାମଲା ରୁଜୁ କରିଛି ।

ତେବେ ଏହି ଧମକ ପରେ ସଲମାନ ଖାନଙ୍କ ଘର ଓ ତାଙ୍କର ଆଖପାଖ ସ୍ଥାନରେ ସୁରକ୍ଷା ବଢାଯାଇଛି । ସେପଟେ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ପ୍ରୟାସ ଜାରି ରଖିଛନ୍ତି ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *