ଅକ୍ଷମ ବ୍ୟକ୍ତିଙ୍କ ଆତ୍ମହତ୍ୟା

Spread the love

ବୌଦ୍ଧ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆତ୍ମହତ୍ୟା ଘଟଣା । ପାରବାରିକ ଝଗଡା ପରେ ଏପରି ହୋଇଥିବା ଜଣାପଡିଛି । ଗାଁ ମୁଣ୍ଡରେ ଏକ ଗଛରେ ଦଉଡି ଲଗାଇ କରିଛନ୍ତି ଆତ୍ମହତ୍ୟା । ଘଟଣା ସ୍ଥଳରେ ପୋଲସି ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ରୁଗୁଡିପାଲି ଗ୍ରାମରେ । ଆତ୍ମହତ୍ୟା କରିଥିବା ଯୁବକ ହେଉଛନ୍ତି ରିକେଶ ରଣା ସେ ଜଣେ ମାନଶିକ ଅକ୍ଷମ ରୋଗୀ ଥିଲେ । ଶନିବାରେ କୌଣସି କାରଣରୁ ନିଜ ପରିବାର ସହ ତାଙ୍କର ଝଗଡା ହୋଇଥିଲା । ସେଥିରେ ସେ ରାଗିଯାଇ ନିଜ ଗ୍ରାମ ମୁଣ୍ଡରେ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାକୁ ଦେଖି ଲୋକେ ମନମୁଣ୍ଡା ପୋଲିସ ଷ୍ଟେସନଙ୍କୁ ଜଣାଇଥିଲେ ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି ।

ତେବେ ରିକେଶଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି । ସେନେଇ ପୋଲିସ ଆରମ୍ଭ କରିଛି ତଦନ୍ତ ।

Leave a Reply

Your email address will not be published. Required fields are marked *