ଅପହରଣ ଓ ହତ୍ୟା ମାମଲା- ସୁପ୍ରିମକୋର୍ଟରୁ ନିରାଶ ହେଲା ସିବିଆଇ

ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ୭ଜଣଙ୍କୁ ଖଲାସ ବିରୁଦ୍ଧରେ ସିବିଆଇ କରିଥିବା ଚ୍ୟାଲେଞ୍ଜକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ୧୯୯୦ରେ କଶ୍ମୀର ୟୁନିଭରସିଟିର କୁଳପତି ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅପହରଣ ଓ ମର୍ଡର କରିଥିଲେ ଜମୁକଶ୍ନୀର ଷ୍ଟଣ୍ଡେଟ୍ସ ଲିବରେସନ ଫ୍ରଣ୍ଟ। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଯଥେଷ୍ଟ ପ୍ରମାଣ ଅଭାବ ସହ ସେମାନଙ୍କ ସ୍ୱୀକାରୋକ୍ତି ରେକର୍ଡିଂରେ ଅନୁପାଳନ ହୋଇଥିବା ପ୍ରକ୍ରିୟା ଠିକ୍ ନଥିଲା କହି ସୁପ୍ରିମକୋର୍ଟ ସିବିଆଇ ପିଟିସନକୁ ଖାରଜ କରିଦେଇଛନ୍ତି। ଆତଙ୍କବାଦ ନିରୋଧୀ ଆକ୍ଟରେ ଅଭିଯୁକ୍ତମାନେ ନିଜ ଇଛାରେ ଦୋଷ ସ୍ୱୀକାର କରିଥିବାର ରେକର୍ଡିଂ ପ୍ରକ୍ରିୟାରେ ଭୁଲ୍ କରିଥିଲେ ଅଫିସର। ଜଷ୍ଟିସ ଅଭୟ ଏସ ଓକା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ତଦନ୍ତ ଓ ଟ୍ରାଏଲ ଏହି ମାମଲାରେ କେତେ ଢିଲା ଥିଲା, ତାହା ଜଳଜଳ କରି ଦିଶୁଛି। ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କୁ ନ୍ୟାୟ ଦେବା ଓ ସତ କଅଣ, ତାହା ସ୍ପଷ୍ଟ ହୋଇପାରିଲାନି। ଅଭିଯୁକ୍ତଙ୍କ ବୟାନ ରେକର୍ଡ ହୋଇଥିଲା ବେଳେ କେଉଁ ସମୟରେ ସ୍ୱୀକାରୋକ୍ତିର ରେକର୍ଡିଂ ହୋଇଥିଲା। ସେମାନଙ୍କୁ କେଉଁଠି ହାଜର କରାଯାଇଥିଲା। କିଏ ଷ୍ଟେଟମେଣ୍ଟ ରେକର୍ଡିଂ କରିଥିଲା ଆଉ କିଏ ଅଧିକୃତ କରିଥିଲା।ଏସବୁ କିଛି ଉଲ୍ଲେଖ ନାହିଁ। ସର୍ବୋପରି ଟାଡାର ଉଲ୍ଲଂଘନ ହୋଇଛି। ଷ୍ଟେଟମେଣ୍ଟ ସବୁବେଳେ ଖୋଲା ପରିବେଶରେ କରାଯାଏ। କିନ୍ତୁ ବିଏସଏଫ କ୍ୟାମ୍ପ ଭିତରେ ବ୍ୟାପକ ପୁଲିସ ମୁତୟନ ଭିତରେ ବୟାନ ରେକର୍ଡକୁ ରେକର୍ଡ ବୋଲି ଧରାଯିବନି। କାରଣ ପୁଲିସରେ ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତିକୁ କୋର୍ଟ ଗ୍ରହଣ କରେନା। ତଦନ୍ତକାରୀ ସଂସ୍ଥା ହତ୍ୟାରେ ବ୍ୟବହୃତ ଏକ-୪୭ ରାଇଫଲ୍ସ ବି ଜବତ କରିପାରିଲାନି। ଏହା ହିଁ ପୁରା ମାମଲାକୁ ଦୁର୍ବଳ କରିଦେଲା। ଫରେନସିକ୍ ଟିମ୍ ବି ସାକ୍ଷୀ ଦେଇଛି ଯେ, ଯେଉଁଠି କ୍ଯାଟ୍ରିଜ୍ ଜବତ ହୋଇଥିଲା, ସେଠାରେ ସେମାନେ କୌଣସି ଏକ-୪୭ ଦେଖିନଥିଲା। ଏଥ୍ରୁ ପ୍ରମାଣିତ, ସାକ୍ଷୀମାନେ ନା ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଥିଲେ। ନା ତଦନ୍ତ ଶୈଳୀ ଏତେ ମଝଭୁତ୍ ଥିଲା। ଘଟଣାକ୍ରମ ଥିଲା କିଛି ଏମିତି। ୧୯୯୦ରେ ସଶସ୍ତ୍ର ମିଲିଟାଣ୍ଟ କଶ୍ମୀର ୟୁନିଭରସିଟିର କୁଳପତି ଡକ୍ଟର ମୁସିର-ଉଲ- ହକାନ୍ଦ ଓ ତାଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ଅବଦ୍ଦୁଲ ଗନି ଜାରଗରଙ୍କୁ ୟୁନିଭରସିଟି ଗେଟ ଆଗରୁ ଅପହରଣ କରିନେଇଥିଲେ। ଏମାନଙ୍କୁ ଛାଡିବା ବଦଳରେ ତିନି ଜଣ ମିଲିଟାଣ୍ଟଙ୍କୁ ଜେଲରୁ ମୁକ୍ତ କରିବାକୁ ଦାବି କରିଥିଲା ଜେକେଏସଏଲଏଫ ସଂଗଠନ। ସରକାର ଦାବି ପୂରଣ ନେଇ ମନା କରିଦେବାରୁ ପଣବନ୍ଦୀ ଥିବା ଦୁଇ ଜଣଙ୍କୁ ଏକେ-୪୭ରେ ମାରିଥିଲେ ବୋଲି ଅଭିଯୋଗ ଥିଲା। ଏଥିରେ ୭ ଅଭିଯୁକ୍ତ ମହମ୍ମଦ ସାଲିମ ଜାରଗର ଓରଫ ଫୟାଜ, ମୁସ୍ତାକ୍ ଅହମ୍ମଦ ଖାନ ଓରଫ ପାପାନ, ସବୀର ଭଟ୍ଟ, ଅବଦୁଲ ଅଜିଜ୍ ଦାର, କାଦିର୍ ମୀର, ମହମ୍ମଦ ସାଦିକ୍ ରାଥର ଓ ତାହିର ଅହମ୍ମଦ ମୀରଙ୍କୁ ଗିରଫ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *