ଇଡିରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେରଳର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ସିପିଆଇଏମ ନେତା ଥୋମସ ଇସାକଙ୍କୁ ନୋଟିସ ପରେ ସେ ସୋମବାର ଦିନ ଇଡିରେ ହାଜର ହୋଇଛନ୍ତି। ଏଲଡିଏଫ ସରକାର କାଳରେ ସେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ କେରଳ ଇନଫ୍ରାଷ୍ଟକ୍ଚର ଇନଭେଷ୍ଟମେଣ୍ଟ ଫଣ୍ଡ ବୋର୍ଡ (କେଆଇଆଇଏଫବି)ରେ ବ୍ୟାପକ ହେରଫେର ହୋଇଥିବା ନେଇ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ ହେବ। କେଆଇଆଇଏଫବି ରାଜ୍ୟ ସରକାର ପାଇଁ ବୃହତ ଓ ଜଟିଳ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ପାଇଁ କାର୍ଯ୍ୟକରୁଥିବା ପ୍ରାରମ୍ଭିକ ଏଜେନ୍ସି। ୨୦୧୯ରେ ଏହି ସଂସ୍ଥା ଦ୍ବାରା ଥୋମସଙ୍କ ଅର୍ଥମନ୍ତ୍ରୀତ୍ବ କାଳରେ ବ୍ୟାପକ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ଗତବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ କାଳରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଆଇଆଇଏଫବିକୁ ସମାଲୋଚନା କରିଥିଲେ।

  • ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *