ଶିକ୍ଷୟିତ୍ରୀଙ୍କୁ ଜୋତାରେ ମାରିଲେ ପ୍ରଧାନ ଶିକ୍ଷକ

Spread the love

() ଉତ୍ତରପ୍ରେଦେଶର ଏକ ସରକାରୀ ସ୍କୁଲରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହିଘଟଣାକୁ ଯେତେ ନିନ୍ଦାକଲେ ମଧ୍ୟ ତାହା କମ ହେବ।ଏହି ନିନ୍ଦାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଜଣେ ପ୍ରଧାନଶିକ୍ଷକ କିପରି ଭୁଲିଯାଇଛନ୍ତି ନିଜର ହିତାହିତ ଜ୍ଞାନ ତାହା ଦେଖିବାକୁ ମିଳିଛି ଭିଡିଓରେ। ଲକ୍ଷ୍ମୀପୁର ଖେରି ଜିଲ୍ଲାର ଏକ ସରକାରୀ ସ୍କୁଲରେ ବିଳମ୍ୱରେ ଆସି ପହଞ୍ଚିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଜୋତାରେ ମାଡ ମାରିଥିଲେ। ପ୍ରଧାନଶିକ୍ଷକ ରାଗିଯାଇ ନିର୍ଦ୍ଦୟ ଭାବରେ ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ବହୁତ ଖରାପ ବ୍ୟବହାରକରି ନିର୍ଧୁମ ଜୋତାରେ ମାଡ ମାରିଛନ୍ତି। ସେଠାରେ ସ୍କୁଲପିଲାମାନେ ମଧ୍ୟ ଉପସ୍ଥିତ ଥିଲେ ଟିକେ ଭାବିଲେ ଦେଖି ପିଲାଙ୍କ ଆଗରେ ଜଣେ ପ୍ରଧାନଶିକ୍ଷକ ହୋଇ ଜୋତାରେ ମାଡମାରିବା କେତେ ନିନ୍ଦାର ବିଷୟ। ଶିକ୍ଷୟିତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର କେତେ ଦୂର ଠିକ୍?

ଏହି ଭିଡିଓରେ ଆପଣ ଦେଖିପାରୁଥିବେ କି, ପ୍ରଧାନଶିକ୍ଷକ ଜଣଙ୍କ ଖୁବ୍ ଜୋରରେ ରାଗିଯାଇ ଶିକ୍ଷୟିତ୍ରୀଙ୍କୁ ଜୋତାଉଠାଇ ମାରି ଚାଲିଛନ୍ତି।  ସେଠାରେ ଥିବା ଶିକ୍ଷକତାଙ୍କୁ ଅଟକାଉଥିବାର ନଜର ଆସୁଛନ୍ତି, କିନ୍ତୁ ତାଙ୍କୁ ପ୍ରଧାନଶିକ୍ଷକ ମଧ୍ୟ ଠେଲିଦେଇ ଯୁକ୍ତି ବାଢିଛନ୍ତି। ସେଠାରେ ଅନେକ ଲୋକମାନଙ୍କ ସହ ପିଲାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ସମୟରେ ଉପସ୍ଥିତ ଥିବା ଅନ୍ୟମାନେ ବି ରୋଧ କରିଥିଲେ ମଧ୍ୟ ପ୍ରଧାନଶିକ୍ଷକ ଆଦୌକାହାରି କଥା ଶୁଣୁନାହାଁନ୍ତି।ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିରେ ଭାଇରାଲ ହେଉଛି।

ଏନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ଖେରୀ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ୱିତ କରାଯାଇଛି।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *