ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଆଇଆଇସି

Spread the love

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ଥାନା ଅଧିକାରୀଙ୍କୁ କାବୁ କରିନେଇଥିଲା ଭିଜିଲାନ୍ସ। ୨୦୨୦ର ଏକ ମାମଲାକୁ ନେଇ ଏବେ ଫସିଲେ ବାବୁ।

୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ ଥାନା ଅଧିକାରୀ ଆଲୋକଙ୍କ କାନ୍ଧରେ। ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। କିନ୍ତୁ ମ୍ୟାନେଜର ଏହି ମାମଲାରେ ତାଙ୍କ ପତ୍ନୀ ନିର୍ଦ୍ଦୋଶ ଦର୍ଶାଇ ତାଙ୍କ ନାମ ଚାର୍ଜସିଟ୍‌ରୁ କାଟିବାକୁ ଆଇଆଇସିଙ୍କୁ ଅନୁରୋଧ କରିଥିଲେ। ଆଇଆଇସି ଏହି କାମ କରିଦେବାକୁ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ ପରେ ବହୁ ମୂଲଚାଲ ପରେ ଡିଲ ଫାଇନାଲ ହୋଇଥିଲା ୨୫ ହଜାର ଟଙ୍କାରେ।

କିନ୍ତୁ ମ୍ୟାନେଜର ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଜିତ୍ ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ତାଙ୍କୁ ଧରିଥିଲା। ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢାଉ କରିଥିଲେ।

Leave a Reply

Your email address will not be published. Required fields are marked *