ଝଟକା ଦେଲା ଜିଓ , ହଟାଇଲା ଦୁଇଟି ଶସ୍ତା ପ୍ଲାନ

Spread the love

ଜିଓ ନିଜର ଅନେକ ରିଚାର୍ଜ ପ୍ଲାନ୍ ର ମୂଲ୍ୟକୁ ବୃଦ୍ଧି କରିଛି। ଗ୍ରାହକଙ୍କ ପାଖରେ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ପୁରୁଣା ମୂଲ୍ୟରେ ନିଜର ‌କନେକସନ ରିଚାର୍ଜ କରିବାର ବିକଳ୍ପ ଏବେ ବି ରହିଛି। କିନ୍ତୁ ଜିଓ ନିଜର ରିଚାର୍ଜ ପୋର୍ଟଫୋଲିୟୋରେ ଦୁଇଟି ପ୍ଲାନ୍ସ ହଟାଇ ଦେଇଛି। ଏହି ଦୁଇଟି ପ୍ଲାନ୍ସ ଭେଲ୍ୟୁ କାର ମନି ରିଚାର୍ଜ ରହିଥିଲା।

କମ୍ପାନିର ଏହି ଦୁଇଟି ପ୍ଲାନ୍ସର ରିଚାର୍ଜ ଅପସନ ଯଦି ଖୋଲା ରହିଥାଆନ୍ତା ଭବିଷ୍ୟତରେ ଅନେକ ଅସୁବିଧା ହୋଇଥାଆନ୍ତା। ଏ ଅସୁବିଧାକୁ ଦେଖି କମ୍ପାନି ଏଦୁଇ ପ୍ଲାନକୁ ହଟାଇ ଦେଇଛି।

କମ୍ପାନି ଏହି ରିଚାର୍ଜ ପ୍ଲାନ୍ସକୁ ଭବିଷ୍ୟତରେ ନିଜର ପୋର୍ଟଫୋଲିୟୋରେ ରିଭାଇସ ପ୍ରାଇସ ସହିତ ପୁଣିଥରେ ଯୋଡ଼ିବ। କମ୍ପାନି ଏହି ରିଚାର୍ଜର ବୃଦ୍ଧି ପାଇଥିବା ମୂଲ୍ୟ ବି ସେୟାର କରିଛି। ଏହି ପ୍ଲାନ ଜିଓର ୩୯୫ ଓ ୧୫୫୯ ଟଙ୍କା ରହିଛି।

ଏହି ଦୁଇ ରିଚାର୍ଜ ଅନଲିମିଟେଡ ୫ଜି ଡାଟା ସହିତ ଆସୁଛି। କମ ମୂଲ୍ୟରେ ଦୀର୍ଘ ଦିନର ବୈଧତା ଥିବା ଏହି ପ୍ଲାନକୁ ଗ୍ରାହକ ଖୁବ ପସନ୍ଦ କରୁଥିଲେ। ୩୯୫ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୮୫ଦିନର ବୈଧତା ମିଳୁଥିଲା। ସେହିପରି ୧୫୫୯ଟଙ୍କାର ପ୍ଲାନରେ ୩୩୬ଦିନର ବୈଧତା ଥିଲା।ଜିଓ ଏହି ଦୁଇ ପ୍ଲାନ୍ସକୁ ଅନଲିମିଟେଡ ୫ଜି ତାଲିକା ସହିତ ନିଜର ରିଚାର୍ଜ ‌ପୋର୍ଟଫୋଲିୟୋରୁ ହଟାଇ ଦେଇଛି।  ନୂଆ ତାଲିକାରେ ଏହି ପ୍ଲାନ ବୃଦ୍ଧି ପାଇଥିବା ମୂଲ୍ୟରେ ଆସିବ।  କମ୍ପାନି ୧୫୫୯ଟଙ୍କାର ପ୍ଲାନର ମୂଲ୍ୟ ବୃଦ୍ଧି କରି ୧୮୯୯ଟଙ୍କା କରି ଦେଇଛି।

ଏହି ପ୍ଲାନ ଏବେ ବି  ୨୪ଜିବି ଡାଟା ସହିତ ଅନଲିମି‌ଟେଡ କଲିଂ ଓ ୩୬୦୦ ଏସଏମଏସ ସହିତ ୩୩୬ ଦିନର ବୈଧତାରେ ଆସିବ। ସେହିପରି ୩୯୬ଟଙ୍କାର ପ୍ଲାନର କଥା କହିଲେ ଜୁଲାଇ ୩ ତ‌ାରିଖରୁ ଏହି ପ୍ଲାନ ୪୭୯ଟଙ୍କାରେ ମିଳିବ। ଏଥିରେ ୮୪ଦିନର ବୈଧତା ସହିତ ୬ଜିବି ଡାଟା ଓ ଅସୀମିତ କଲିଂ ଓ ଅନ୍ୟାନ୍ୟ ସୁବିଧା ବି ମିଳିବ।

Leave a Reply

Your email address will not be published. Required fields are marked *