ତାରା ସପ୍ତଗିରିଙ୍କ ଫଟୋକୁ ନେଇ ପୁଣି ବଢିଲା ଚର୍ଚ୍ଚା । ଗତ 29 ତାରିଖରେ କୋରାପୁଟ ଦିଶା ବୈଠକରେ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନତ ମସ୍ତକ ହୋଇ ମୁଣ୍ଡିଆ ମାରୁଥିବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପୂର୍ବରୁ ବିଧାୟକ ତାରା ବାହିନୀପତି ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ମଧ୍ୟରେ ବାଦ ବିବାଦ ଦେଖା ଦେଉଥିବା ବେଳେ ବିଭିନ୍ନ ସମୟରେ ପରସ୍ପର ବିରୋଧୀ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଏବେ ଫଟୋ ଭାଇରାଲ ହେବା ପରେ ପୁଣି ତେଚ୍ଛା ବାଣ ମାରିଛନ୍ତି ତାରା ।
ସାଂସଦଙ୍କୁ ନୁହେଁ ମୁଁ ତାଙ୍କ ଚେୟାରକୁ ମୁଣ୍ଡିଆ ମାରିଛି । ସାଂସଦ ଏବେ ରାହୁଲ ଗାନ୍ଧୀଙ୍କ ଖାସ ଲୋକ । ଆଗକୁ ପିସିସି ସଭାପତି ବି ହୋଇ ପାରନ୍ତି । ସିଏ ଏମ ପି.. ମୁଁ ଛାର ଏମ ଏଲ ଏ । ତାଙ୍କ ଆଶୀର୍ବାଦନ ହେଲେ ମୁଁ କିଛି ହେଇ ପାରିବିନି । ସପ୍ତଗିରି ପିସିସି ସଭାପତି ହେବା ଦରକାର । ଏଭଳି ପ୍ରତିକ୍ରିୟା ରଖିଛନ୍ତି ତାରା ବାହୀନିପତି ।
ସେପଟେ ଦିଲ୍ଲୀରେ ମଦ ଦୁର୍ନୀତି ଓ ସରକାରୀ କ୍ଵାଟରରେ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ କେଜ୍ରିୱାଲ ବିରୋଧୀ ହାୱା ଥିବା କହିଛନ୍ତି ତାରା ବାହିନିପତି । ଯାହାର ଫାଇଦା ମୋଦୀଙ୍କୁ ମିଳିଲା । କଂଗ୍ରେସ ସେ ଫାଇଦା ନେଇ ପାରିଲା ନାହିଁ । କେଜ୍ରିୱାଲ କଂଗ୍ରେସ ବିରୋଧରେ ବୟାନ ଦେଇ ଇଣ୍ଡିଆ ମେଣ୍ଟ ଭାଙ୍ଗିବାର କ୍ଷତି କେଜ୍ରିୱାଲ ଭୋଗିଲେ ।ଆମକୁ କଷ୍ଟ ହେଉଛି । ହେଲେ ଆମ ହାତରେ କିଛି ନାହିଁ । କଂଗ୍ରେସର ଗେମର ସବୁ ପ୍ଲେୟାର ଦିଲ୍ଲୀରେ । ଯାହା ସେମାନେ ନିଷ୍ପତି ନେବେ । କଂଗ୍ରେସର ଫୋକସ ଲୋକସଭା ନିର୍ବାଚନ ଉପରେ । ଆଗକୁ ଆଂଚଳିକ ଦଳ ରହିବନି। ବିଜେପିବି ସଫା ହେଇଯିବ। କଂଗ୍ରେସ ସାରା ଦେଶରେ ଆସିବ ନେଇ କହିଲେ ତାରା ବାହିନୀପତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now