ନଭେମ୍ୱର ୨୧ରେ 120 ବାହାଦୁର ରିଲିଜ- ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି

120 ବାହାଦୂର ଫିଲ୍ମ ପାନ୍ ଇଣ୍ଡିଆ ଥିଏଟରରେ ରିଲିଜ୍ ହେବ। ଦିଲ୍ଲୀ ହାଇକୋର୍ଟ ଦେଲେ ଅନୁମତି। ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦାଏର ହୋଇଥିଲା ପିଟିସନ। ୧୯୬୨ରେ ରେଜାଙ୍ଗ ଲା ଲଢ଼େଇ ଉପରେ ଆଧାରିତ ଫରହାନ ଅଖତାର ଅଭିନୀତ ଏହି ଫିଲ୍ମ ନଭେମ୍ୱର ୨୧ରେ ରିଲିଜ୍ ହେବ। ଜଷ୍ଟିସ ପ୍ରତିଭା ଏମ ସିଂ ଓ ଜଷ୍ଟିସ ଶୈଲ ଜୈନଙ୍କ ଖଣ୍ଡପୀଠ ଫିଲ୍ମନିର୍ମାତାଙ୍କ କଥାରେ ଗୁରୁତ୍ୱ ଦେଇଛନ୍ତି। ଫିଲ୍ମ ପ୍ରଯୋଜକ ତର୍କ ରଖିଥିଲେ ଯେ, ଯୁଦ୍ଧରେ ଲଢ଼ିଥିବା ସମସ୍ତ ୧୨୦ ସୈନିକଙ୍କ ନାଁ ଫିଲ୍ମର କ୍ରେଡିଟ୍ ହିସାବରେ ସାମିଲ୍ କରାଯାଇଛି। ଚାରିଟେବୁଲ ଟ୍ରଷ୍ଟ- ସଂଯୁକ୍ତ ଅହିର ରେଜିମେଣ୍ଟ ମୋର୍ଚ୍ଚା, ତାଙ୍କ ଟ୍ରଷ୍ଟି ଓ ଶହୀଦଙ୍କ ପରିବାର ଲୋକଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ଐତିହାସିକ ତଥ୍ୟକୁ ବିକୃତ କରିବା ଅଭିଯୋଗ ଲଦି ଫିଲ୍ମକୁ ଦିଆଯାଇଥିବା ସିବିଏଫସି ସାର୍ଟିଫିକେଟ ଦେବାକୁ ଚ୍ୟାଲେଞ୍ଜ ହୋଇଥିଲା। ଫିଲ୍ମର ନାଁକୁ ଭ୍ରାମକ କରାଯାଇଛି। ୧୨୦ ବାହାଦୁରକୁ ବଦଳାଇ ୧୨୦ ବୀର ଅହିର କରିବାକୁ ଦାବି ହୋଇଥିଲା। ତଥ୍ୟରେ ସୁଧାର, ୧୨୦ ସୈନିକଙ୍କ ନାଁ ସାମିଲ୍ ସହ ଏକ ଡିସକ୍ଲେମର ଯୋଡ଼ିବାକୁ ଦାବି ହୋଇଥିଲା। କୋର୍ଟ ରିଲିଜକୁ ନେଇ ଅନୁମତି ଦେବା ସହ ସଂଗଠନକୁ କହିଛନ୍ତି, ସେମାନେ ଫିଲ୍ମ ଦେଖନ୍ତୁ। ଆଉ ସମସ୍ତ ୧୨୦ ସୈନିକଙ୍କ ନାଁ ଫିଲ୍ମରେ ଅଛି କି ନାହିଁ ସୁନିଶ୍ଚିତ କରନ୍ତୁ। ଯଦି କୌଣସି ପ୍ରକାର ସୁଧାର ବା ଏଡିଟ୍ ର ଜରୁରୀ ମନେକରନ୍ତି, ତେବେ ଓଟିଟି ରିଲିଜ ପାଇଁ ଏଥିରେ ପ୍ରଡ୍ଯୁସର ପରିବର୍ତ୍ତନ କରିବେ। କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ଓଟିଟି ସଂସ୍କରଣରେ କେବଳ ସୈନିକଙ୍କ ନାଁ, ତାଙ୍କ ସମ୍ୱନ୍ଧିତ ରେଜିମେଣ୍ଟକୁ ସଠିକ୍ ଉଲ୍ଲେଖ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *