ବଲିଉଡର ଲୋକପ୍ରିୟ କପଲଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ଦୀର୍ଘ ସମୟ ଧରି ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ବର୍ତ୍ତମାନ ଦୁଇ ଷ୍ଟାରଙ୍କର ହୋଇଯାଇଛି ବ୍ରେକ୍ ଅପ୍ । ଶେଷରେ ଅର୍ଜୁନ କପୁର ନିଜେ ଏହି ଗୁଜବକୁ ନିଶ୍ଚିତ କରି କହିଛନ୍ତି ବର୍ତ୍ତମାନ ସେ ସିଙ୍ଗଲ୍ ଅଛନ୍ତି ।ଅର୍ଜୁନ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘Singham Again’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏକ ଇଭେଣ୍ଟରେ ଅର୍ଜୁନଙ୍କ ସାମ୍ନାରେ ପାପାରାଜି ମଲାଇକାଙ୍କ ନାମ ଉଚ୍ଚ ସ୍ୱରରେ ଡାକିବା ଆରମ୍ଭ କରିଥିଲେ । ଭିଡ଼ ମଧ୍ୟରୁ କେହି ଜଣେ ପଚାରିଥିଲେ ମଲାଇକା ଜୀ କିପରି ଅଛନ୍ତି? ହେଲେ ଅର୍ଜୁନଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଅର୍ଜୁନ କପୁର ଖୋଲାଖୋଲି ଭାବେ କହିଥିଲେ, ‘ନା, ନା! ମୁଁ ବର୍ତ୍ତମାନ ସିଙ୍ଗଲ ଅଛି । ଏହି ଖବର ଶୁଣି ଉଭୟଙ୍କ ଫ୍ରେଣ୍ତସ୍ ଖୁବ୍ ଦୁଃଖିତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଉଭୟ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now