ସାମ୍ନାକୁ ଆସିଲା ଦିପୀକାଙ୍କ ବେବିବମ୍ପ ଫଟୋ

ଗତ କିଛି ମାସ ହେବ ଗର୍ଭବତୀ ଥିବା ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଫେବ୍ରୁଆରୀ ମାସରେ ସେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ଜଣାପଡ଼ିଛି। 

ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବ । ସୋମବାର ସେ ନିଜ ମାତୃତ୍ବ ଫଟୋସୁଟ୍ କରିଥିଲେ ଦୀପିକା। ‌ଏଥିରେ ତାଙ୍କ ବେବିବମ୍ପ ନଜର ଆସୁଥିଲା । ଫଟୋଟି ଏବେ ଖୁବ ଭାଇରାଲ ହେଉଥିବା ବେଳେ ବେବିବମ୍ପ ଦେଖି ସୋସିଆଲ ମିଡିଆରେ ଲୋକେ କମେଣ୍ଟ କରିବା ଆରମ୍ଭ କରିଛନ୍ତି । ଏହି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ ଦୀପିକା ଓ ରଣବୀର କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସେପ୍ଟେମ୍ବର ୨୮ରେ ଦୀପିକା ମା’ ହେବେ ବୋଲି ଚର୍ଚ୍ଚା ହେଉଥିଲେ ବି ଏପର୍ଯ୍ୟନ୍ତ ଦୀପିକା କି ରଣବୀର ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ବର୍ତ୍ତମାନ ଦୀପିକା ତାଙ୍କ ବିରତି ଉପଭୋଗ କରୁଛନ୍ତି । କୁହାଯାଉଛି ଯେ, ଦୀପିକା ପାଦୁକୋନ କିଛି ମାସ ପାଇଁ ନିଜ ସନ୍ତାନର ଯତ୍ନ ନେବେ ଏବଂ ମାର୍ଚ୍ଚ ୨୦୨୫ରେ କାମକୁ ଫେରିବେ । ରିପୋର୍ଟ ଅନୁଯାୟୀ, ତାଙ୍କ ମାତୃତ୍ୱ ଛୁଟି ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ଏବଂ ଏହା ପରେ ସେ ଅମିତାଭ ବଚ୍ଚନ, କମଲ ହାସନ ଏବଂ ପ୍ରଭାସଙ୍କ ସହ ଫିଲ୍ମ କଲ୍କିର ସିକ୍ୱେଲ ସୁଟିଂରେ ବ୍ୟସ୍ତ ରହିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *