ଚିରନିଦ୍ରାରେ ରାଜେଶ୍ୱରୀ

Spread the love

ଚିରନିଦ୍ରାରେ ରାଜେଶ୍ୱରୀ ରାୟ । କ୍ୟାନ୍ସସରରେ ଆକ୍ରାନ୍ତ ହୋଇ ଜୀବନ ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ୱରୀ ।  ଟେଲିଭିଜନ ପରଦାରେ  ସେ ହୁଏତ ଥିଲେ ଜଣେ ଜବରଦସ୍ତ ଖଳନାୟିକା ଥିଲେ, ତାଙ୍କର ନିଖୁଣ ନେଗେଟିଭ ଅଭିନୟ ସହ ଦମଦାର ଡାଇଲଗ ପାଇଁ  ସେ ଓଡିଶାର ଘରେ ଘରେ ପରିଚିତ ଥିଲେ । ପରଦା ଉପରେ ସେ ଥିଲେ ଖଳନାୟିକା ହେଲେ ବ୍ୟକ୍ତିଗତ ଭାବେ ସେ ଖୋଲା ହୃଦୟ ମଣିଷ ଟେ ଥିଲେ । ଦୀର୍ଘ ଦିନ ଧରି ସେ କ୍ୟାନ୍ସସ ଭଳି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ଭାଙ୍ଗି ଯାଇନଥିଲେ  ବରଂ ସେ ହସି ହସି ବଞ୍ଚୁଥିଲେ ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିଲେ । ବାଲେଶ୍ୱରରେ ଜନ୍ମିତ ରାଜେଶ୍ୱରୀ ପ୍ରଥମେ ଆଙ୍କରିଂ ଜରିଆରେ ସେ ଗ୍ଲାମର ଦୁନିଆରେ ପ୍ରବେଶ କରିଥିଲେ । କିନ୍ତୁ ସେ ଲେଡି ଭିଲେନ ଭାବରେ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।  ସେ ଅନେକ ଓଡିଆ ଧାରାବାହିକରେ ଅଭିନୟ କରିଛନ୍ତି।  ଲୋକପ୍ରିୟ ସିରିଏଲ ଉଆଁସୀ  କନ୍ୟାରେ ଅଳକା ଭୂମିକାରେ ନଜର ଆସିଥିଲେ । ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଛି । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ସତ୍ୟମେବ ଜୟତେ’। ତା’ପରେ ସେ ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ ଭଳି ଫିଲ୍ମରେ ବି ସେ ତାଙ୍କର ଅଭିନୟର ଛାପ ଛାଡିଯାଇଛନ୍ତି । ତାସହ ସେ ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’ ଓ ‘କୁମ୍‌କୁମ୍‌’ ଭଳି ଟେଲି ଧାରାବାହିକରେ ଅଭିନୟ କରିଥିଲେ । ସେ କ୍ୟାନ୍ସସରେ ପୀଡିତ ହେବା ପର ଠାରୁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଥିଲେ । ଦୀର୍ଘ ଦିନ ଚିକିତ୍ସା ଆଉ ସଂର୍ଘଷ ପରେ ଆଜି ସେ ହାରି ଯାଇଛନ୍ତି ଆଉ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *