କୋର୍ଟ

ସର୍ବୋଚ୍ଚ ନ୍ୟାୟାଳୟରୁ ସିସୋଦିଆ ନିରାଶ

ନୂଆଦିଲ୍ଲୀ: ଦିଲ୍ଲୀର ଡେପୁଟି ମନୀଷ ସିସୋଦିଆଙ୍କ ଗିରଫଦାରୀ ଓ ସିବିଆଇ ଯାଞ୍ଚ ପ୍ରଣାଳୀକୁ ନେଇ ସୁପ୍ରିମ କୋର୍ଟ ଯାଇଥିବା ବେଳେ ସୁପ୍ରିମକୋର୍ଟରୁ ମିଳିଛି ନିରାଶା।  ଚିଫ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କି ଏହା ବିନୋଦ ଦୁଆ ମାମଲାଠାରୁ ଭିନ୍ନ ଦୁର୍ନୀତି ନିବାରଣ ଆକ୍ଟ ଅନ୍ତର୍ଗତ ମାମଲା।  ତେଣୁ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରି ପାରିବେ ନାହିଁ। ତେଣୁ ହାଇକୋର୍ଟ ଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।

ସିସୋଦିଆଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଙ୍ଘବି ଯାଚିକା ଦାୟର ପୂର୍ବକ ଏହାର ତ୍ବରିତ୍ ଶୁଣାଣି ପାଇଁ ଦାବି କରିଥିଲେ। ସେପଟେ ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓକିଲଙ୍କ କଥା ଶୁଣାବା ପରେ ଏହି ମାମଲାରେ ହାଇକୋର୍ଟ ନ ଯାଇ କାହିଁ ସିଧା ସୁପ୍ରିମକୋର୍ଟକୁ ଆସିଛନ୍ତି ପଚାରିବାରୁ ସିଙ୍ଘବି ବିନୋଦ ଦୁଆ ମାମଲାରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଆଜି ଅପରାହ୍ନ ୩.୫୦ରେ ଏହି ମାମଲା କରିବାକୁ ସିଜେଆଇ କହିଥିଲେ।

ମନୀଷଙ୍କ ଗିରଫଦାରୀକୁ ନେଇ ସେ କହିଛନ୍ତି, ସିବିଆଇ ଯାଞ୍ଚରେ ସମସ୍ତ ପ୍ରକାରର ସହଯୋଗ ସତ୍ତ୍ବେ ତାଙ୍କୁ କାହିଁ ଗିରଫ କରାଯାଇଛି। ସୂଚନା ଯୋଗ୍ୟ, ରବିବାର ଦିନ ସିସୋଦିଆ ସିବିଆଇ ସମନ ମୁତାବକ ଜେରା ପାଇଁ ସିବିଆଇ ଅଫିସରେ ପହଞ୍ଚିଥିଲେ। ଦୀର୍ଘ ୮ ଘଣ୍ଟା ଧରି ସିବିଆଇ ଗୁଡେଇ ତୁଡେଇ ସିସୋଦିଆଙ୍କ ପ୍ରଶ୍ନ କରିବା ପରେ ରାତିରେ ତାଙ୍କୁ ଗିରଫ କରି ନେଇଥିଲା। ଏନେଇ ସିବିଆଇ ପକ୍ଷରୁ କୁହାଯାଇଥିଲା କି, ସିସୋଦିଆଙ୍କୁ ପଚରା ଯାଉଥିବା ପ୍ରଶ୍ନର ସେ ଉତ୍ତର ଦେଇ ନ ଥିଲେ। ଏହା ବ୍ୟତୀତ, ନୂଆ ମଦ ନୀତି ଆଣିଥିଲେ ମଧ୍ୟ ଏନେଇ କୌଣସି ରେକର୍ଡ ବା ଫାଇଲ ମିଳି ପାରି ନାହିଁ।

Related Articles

Leave a Reply

Your email address will not be published.

Back to top button