ଜାତୀୟମନୋରଞ୍ଜନ

ବୟକଟ୍‌ ହେବକି ‘ବ୍ରହ୍ମାସ୍ତ୍ର’ ?

ଜୁନ୍‌ ୧୫ରେ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଟ୍ରେଲର ରିଲିଜ ହେବା ପରେ ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇଛନ୍ତି। ମନ୍ଦିର ଭିତରକୁ ରଣବୀର କପୁର ଜୋତା ପିନ୍ଧି ଯାଉଥିବା ଟ୍ରେଲରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ସେ ଜୋତା ପିନ୍ଧି ମନ୍ଦିର ଭିତରେ ଘଣ୍ଟି ମଧ୍ୟ ବାଡେଇଛନ୍ତି। ଯାହାକୁ ନେଇ ଉତ୍ୟକ୍ତ ହୋଇପଡିଛନ୍ତି ଲୋକେ। ଏହାପରେ ଟ୍ୱିଟର୍‌ରେ ଫିଲ୍ମ ବୟକଟ୍‌ ନେଇ ଦାବି ଉଠିଛି। ଫିଲ୍ମକୁ ବୟକଟ୍‌ କରିବା ପାଇଁ ଜୋର ଧରିଲା ଦାବି।

ଗତ କିଛି ଦିନ ହେବ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହି ଫିଲ୍ମ ଉପରେ କାମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ମାସ ବାକି ଅଛି। ତେବେ ଏହାରି ଭିତରେ ଟ୍ୱିଟ୍‌ର୍‌ରେ #BoycottBrahmastra ଟ୍ରେଣ୍ଡ କରିବାରେ ଲାଗିଛି।

କିଛି ସୋଶାଲ ମିଡିଆ ୟୁଜର୍ସ ରଣବୀର ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରେବଶ କରିବାର ଭିଡିଓକୁ ଶେଆର କରି ଏହାକୁ ବିରୋଧ କରିବା ସହ ବଲିଉଡ ସନାତନ ଧର୍ମ ପ୍ରତି ଥିବା ଆମ ଭାବନାକୁ ଆହତ କରିବା ପାଇଁ କୌଣସି ବି ସୁଯୋଗ ଛାଡୁନଥିବା କହିଛନ୍ତି। ଏଥିସହ ବଲିଉଡ ଏବେ ଟଲିଉଡ ସମେତ ହଲିଉଡକୁ କପି କରିବାକୁ ଲାଗିଲାଣି ବୋଲି କୁହାଯାଇଛି। ସେହିପରି ଆଉଜଣେ ୟୁଜର୍ସ ଲେଖିଛନ୍ତି, ‘ଜୋତା ପିନ୍ଧି ମନ୍ଦିର ଘଣ୍ଟି ବଜାଇବା … ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ଏହା ହିଁ ପାର୍ଥକ୍ୟ… ସାଉଥ ଇଣ୍ଡିଷ୍ଟ୍ରି ହିନ୍ଦୁ ସଂସ୍କୃତିକୁ ସମ୍ମାନ କରେ।’ ଟ୍ରେଲର ଦେଖିବା ପରେ ଲୋକମାନେ ଏଭଳି ଅନେକ ମନ୍ତବ୍ୟ ଦେଉଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ‘ବ୍ରହ୍ମାସ୍ତ୍ର’ ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏଥିରେ ଆଲିଆ ଭଟ୍ଟ, ରଣବୀର କପୁରଙ୍କ ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟ ଲିଡ୍‌ ରୋଲରେ ଅଛନ୍ତି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ରଣବୀର ଓ ଆଲିଆ ବଡ ପରଦାରେ ଏକାଠି ନଜର ଆସିବେ।

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button