ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ଟ୍ରୋଲ୍ ହେଉଛନ୍ତି। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକା ସେ ତାଙ୍କ ସାଙ୍ଗରେ ଧରି ବୁଲୁଥିବା ଡାୟର୍ ବ୍ୟାଗ (Dior Bag)ର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ। ଭିଡିଓ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାପରେ ସୋଶାଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନା କରୁଛନ୍ତି ୟୁଜର୍ସ।
ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ୨୯ ବର୍ଷୀୟା ଜୟା କିଶୋରୀ ତାଙ୍କ ଦାମୀ ଡାୟର୍ ବ୍ୟାଗ୍ ସହିତ ବିମାନବନ୍ଦରରେ କେଉଁଆଡ଼େ ଯାଉଥିବା ସମୟରେ ସୁଟିଂ କରାଯାଇଛି। ଯାହାପରେ ସେ ସମାଲୋଚକଙ୍କ ଟାର୍ଗେଟକୁ ଆସିଛନ୍ତି। ଡାୟର୍ ୱେବସାଇଟରେ ସର୍ଚ୍ଚ କଲେ ଜଣାପଡୁଛି ଯେ ଭିଡିଓରେ ଦେଖାଯାଇଥିବା “ଡାୟର୍ ବୁକ୍ ଟୋଟ୍” ବ୍ୟାଗ୍ କପା ଦ୍ୱାରା ନିର୍ମିତ ଏବଂ ଏଥିରେ ପଶୁ ଚର୍ମର ଏକ ସ୍ତର ମଧ୍ୟ ବ୍ୟବହାର ହୋଇଛି। ଏହାର ମୂଲ୍ୟ ୨ ଲକ୍ଷରୁ ବି ଅଧିକ ଅଟେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now