ବିଷାକ୍ତ ମଦମୃତ୍ୟୁ :  ତେଜିଲା ରାଜନୀତି..ବିଧାନସଭାରେ କଳା ପ୍ରତିବାଦ

Spread the love

ତାମିଲନାଡ଼ୁରେ ବିଷାକ୍ତ ମଦରୁ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ମୃତକ ଯୁବକ ଓ ଦଳିତ ବର୍ଗର। ଏହାକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ମର୍ଡର ବୋଲି ଆରୋପ ଲଗାଇଛି ବିଜେପି।  ବିଧାନସଭାରେ ବିଷାକ୍ତ ମଦମୃତ୍ୟୁର ଝଡ଼ ଦେଖିବାକୁ ମିଳିଛି। ବିରୋଧୀ ଏଆଇଏଡିଏମକେର ବିଧାୟକ ମାନେ କଳା ସାର୍ଟ ପିନ୍ଧି ବିଧାନସଭାକୁ ଆସି କଳାପ୍ରତିବାଦ କରିଥିଲେ। ବିଷାକ୍ତ ମଦମୃତ୍ୟୁ ଘଟଣାରେ ଅନୁସୂଚିତ ଜାତି କମିଶନଙ୍କ ନିର୍ଦେଶକ ଏସ, ରବିବର୍ମନ କଲାକୁରୁଚି ସରକାରୀ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଥିଲେ। ମୋଟ୍ ୧୯୩ ଜଣ ଚିକିତ୍ସାଧୀନ ଥିଲେ। ଏମାନଙ୍କ ଭିତରୁ ୧୪୦ ବିପଦମୁକ୍ତ ଅଛନ୍ତି। ଏହି ମାମଲାର ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ ସୂଚନା ଦେଇଛନ୍ତି। ତାମିଲନାଡ଼ୁ ସିଆଇଡି ବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରାଯାଇଛି। ମନ୍ତ୍ରୀ ଏସ.ରେଘୁପଥି କହିଛନ୍ତି, ନ୍ୟାୟିକ ତଦନ୍ତ ବି ଆରମ୍ଭ ହୋଇଛି। କିନ୍ତୁ ବିରୋଧୀ ଦଳ ଏହାକୁ ନେଇ ରାଜନୀତିକରଣରେ ମାତିଛନ୍ତି। ସେଥିଲାଗି ବିଧାନସଭାର ପ୍ରଶ୍ନୋତ୍ତର କାଳକୁ ଜାଣିଶୁଣି ହଟ୍ଟଗୋଳ କରି ବନ୍ଦ କରିବା ସହ ବାଚସ୍ପତିଙ୍କୁ ଘେରାଓ କରିଥିଲେ। ମିଡିଆରେ ପବ୍ଲିସିଟି ପାଇଁ ମାତିଛନ୍ତି ବିରୋଧୀ ଦଳ। ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *