ପରଲୋକରେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ

ପରଲୋକରେ ପୂର୍ବତନ କଂସ ମହାରାଜ ଗୋପାଳ ସାହୁ l  ୭୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି l ମଧୁମେହ ରୋଗରେ ପୀଡ଼ିତ ହୋଇ ଝାରସୁଗୁଡାର ଏକ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ l ହେଲେ ଗତକାଲି ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି l ପାଖା ପାଖି ୨୫ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ l ବରଗଡ଼ରେ ଏଲି ନାମରେ ବେଶ୍ ପରିଚିତ ଥିଲେ ଗୋପାଳ   ବିଶ୍ଵର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ତାଙ୍କର ଚିତ୍ତାକର୍ଷକ ଓ ଜୀବନ୍ତ ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ଗୋପାଳ ସାହୁ l ସେ ୧୯୯୮ ମସିହାରେ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କୁ ଫାଇନ କରି ବେଶ ଚର୍ଚ୍ଚାକୁ ଆସିଥିଲେ l ଧନୁଯାତ୍ରା କମିଟିର କଂସ ଚୟନ ସମୟରେ ମଧ୍ଯ ତାଙ୍କର ବେଶ୍ ଅବଦାନ ରହିଥିଲା l  ବରଗଡ଼ ଧନୁଯାତ୍ରାର କକାକାର ମାନେ ତାଙ୍କୁ ଅନେକ ସମୟରେ ଅନୁସରଣ କରିଥାନ୍ତି l ୨୦୦୮ ମସିହାରେ ଶେଷଥର ପାଇଁ ସେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ l ବରଗଡ଼ ଧନୁଯାତ୍ରାରେ ସର୍ବାଧିକ ୨୩ ଥର ଅଭିନୟ କରିଥିଲେ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *