ଘଟଣାରାଜ୍ୟ

ମଣିପୁରରେ ବଡ ଧରଣର ଭୂସ୍ଖଳନ

ମଣିପୁରର ନୋନି ଜିଲ୍ଲାରେ ଏକ ବଡ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ନିଖୋଜ ଥିହା ସୂଚନା ମିଳିଛି। ବୁଧବାର ମଧ୍ୟରାତ୍ରୀରେ ତୁପୁଲ ମଖୁମ ଅଞ୍ଚଳରେ ରେଳ ଷ୍ଟେସନର ନିକଟରେ ଭାରତୀୟ ସେନାର ୧୦୭ ଟେରିଟୋରାଲ୍ ଆର୍ମି କମ୍ପାନୀ କାର୍ଯ୍ୟରତ ଥିବା ବେଳେ ଘଟିଥିଲା ଏକ ବଡ ଧରଣର ଭୂସ୍ଖଳନ । ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା ରହିଛି ବୋଲି ଅଧିକାରୀ କହିଛନ୍ତି। ନିଖୋଜ ଥିବା ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଭୂସ୍ଖଳନରେ ସେନା ଶିବିର ଭୁଶୁଡି ଯାଇଛି। ଘଟଣାସ୍ଥଳରେ ୫୦ରୁ ଅଧିକ ଯବାନଙ୍କ ମାଟି ତଳେ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଚାପି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ୬ ମୃତଦେହ ଓ ୧୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଆହାତମାନଙ୍କୁ ନୋନି ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନଯାୟୀ, ଜିରିବାମକୁ ଇମ୍ଫାଲ ସହିତ ସଂଯୋଗ କରିବା ଲାଗି ଏକ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଚାଳିଛି । ସେଠାରେ ସୁରକ୍ଷା କାର୍ଯ୍ୟରେ ୧୦୭ ଟେରିଟୋରିଆଲ ଆର୍ମି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ବୁଧବାର ରାତିରେ ହୋଇଥିବା ଭୂସ୍ଖଳନ ଯୋଗୁଁ ସେନା ଶିବିର ଭୁଶୁଡି ପଡିଥିଲା। ଗୁରୁବାର ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ

Related Articles

Leave a Reply

Your email address will not be published.

Back to top button