ବ୍ୟାପୁଛି ବ୍ଲିଡିଂ ଆଇ ଭାଇରସ, ନେଲାଣି ୧୫ ରୁ ଅଧିକ ଜୀବନ

ବ୍ୟାପୁଛି ବ୍ଲିଡିଂ ଆଇ ଭାଇରସ।୧୭ ଟି ଦେଶରେ ମାରବର୍ଗ ଆଖି ପିଛୁଳାକେ ବ୍ୟାପୁଛି।ଆଫ୍ରିକାର ରୱାଣ୍ଡାରେ ପ୍ରାୟ ୧୫ ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ମାରବର୍ଗ।ଯାହାକି ଏବେ ଭୟ ବଢାଉଛି।ଏହି ରୋଗ ଭୂତାଣୁଜନିତ।ଏହି ମାରବର୍ଗ ଭୂତାଣୁ ବ୍ୟାପୁଥିବା ଲୋକଙ୍କ ଆଖରୁ ରକ୍ତସ୍ରାବ ହୋଇଥାଏ।ଏହା ଏକ ପ୍ରକାର ଭାଇରାଲ ସଂକ୍ରମଣ।ଏହି ରୋଗର ଲକ୍ଷଣ ହେଉଛି ଏହା ଦ୍ବାରା ପ୍ରଭାବିତ ବ୍ୟକ୍ତିର ଆଖିର ଧଳା ଅଂଶରେ ରକ୍ତ ଜମାଟ ବାନ୍ଧିବା ଫଳରେ ଆଖି ଲାଲ ପଡିଯାଏ।ତେବେ କଣ ଏହି ବ୍ଲିଡିଙ୍ଗ ଆଇ ଭାଇରସ ଆସନ୍ତୁ ଜାଣିବା। ମାରବର୍ଗ ଭାଇରସ ସଂକ୍ରମଣର ଶୀକାର ହେଲେ ଆଖିରେ ଯନ୍ତ୍ରଣା ଅନୁଭବ ହେବା ସହ ଆଖି କୁଣ୍ଡେଇ ହୋଇଥାଏ।ମୁଣ୍ଡବ୍ୟଥା,ମୁଣ୍ଡ ବୁଲାଇବା,ବାନ୍ତି ଜ୍ବର ଭଳି ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ।କେବେ ଏହି ଭାଇରସରୁ ନିଜକୁ ରକ୍ଷା କରିବାକୁ ହେଲେ ହାତକୁ ବାରମ୍ବାର ସାବୁନ ପାଣିରେ ଧୋଇବା ଜରୁରୀ।ଆଖିରେ ବାରମ୍ବାର ହାତ ନ ଲଗାଇବା,ଏବଂ ଆଖି ପୋଛିବା ପାଇଁ ସଫା କପଡାର ବ୍ୟବହାର ଜରୁରୀ।ଏହାର ଲକ୍ଷଣ ୨ ରୁ ୨୦ ଦିନ ଭିତରେ ପ୍ରକାଶ ପାଇଥାଏ।ତେବେ ଏହି ଭାଇରସର ମୁକାବିଲା କରିବାକୁ ହେଲେ ପ୍ରଚୁର ପାଣି ପିଇବା ସହ ନିଜ ାଖିର ଉଚିତ ଯତ୍ନ ନେବା ଜରୁରୀ।ଏହି ମାରବର୍ଗ ଜୀବାଣୁ ପାଇଁ କୌଣସି ଟିକା ବଜାରକୁ ଏଯାଏଁ ଆସି ନାହିଂ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *