ଭିଏତନାମରେ ବାତ୍ୟା ‘ୟାଗି’ର ତାଣ୍ଡବ, ଭୁସ୍ଖଳନରେ ଗଲାଣି ୪୪ ଜଣଙ୍କ ଜୀବନ

ଭିଏତନାମରେ ବାତ୍ୟା ‘ୟାଗି’ ତାଣ୍ଡବ ରଚିଛି । ସାମୁଦ୍ରିକ ଝଡ଼ରେ ସବୁକିଛି ଛାରଖାର ହୋଇଯାଇଛି । ‘ୟାଗି’ କୋପରେ ଭିଏତନାମରେ ପ୍ରାୟ ୫୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୪୪ଜଣଙ୍କ ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୭୮ଜଣ ସାମୁଦ୍ରିକ ଝଡ଼ରେ ଆହତ ହୋଇଛନ୍ତି ।ପ୍ରବଳ ବର୍ଷା, ଭୂସ୍ଖଳନ, ବନ୍ୟା ଯୋଗୁ ଅନେକ ଘର, ରାସ୍ତା, ପୋଲ ଆଦି ଭାଙ୍ଗି ଯାଇଛି । ବହୁସଂଖ୍ୟାରେ ଗାଡ଼ି ଭାସିଯାଇଛି । ୧୦ କାର୍‌ ଏବଂ ଟ୍ରକ୍‌ ସହ ଦୁଇଟି ବାଇକ୍‌ ଏକ ନଦୀକୁ ଖସିଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରଯାଇଥିବାବେଳେ ୧୩ ଜଣ ନିଖୋଜ ଅଛନ୍ତି ।

ବାତ୍ୟାରେ ଭୀଷଣ ପବନ ଯୋଗୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି । ଫଳରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବିନା ବିଜୁଳିରେ ରହିଛନ୍ତି । ଚାଷ ଜମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ୭୮ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *