ମାତୃଭାଷାରେ କ୍ରିପ୍ଟୋ ସୂଚନା….

ଏଣିକି ଆଞ୍ଚଳିକ ଭାଷାରେ ମିଳିବ କ୍ରିପ୍ଟୋ ସୂଚନା । ଭାରତର ସର୍ବବୃହତ କ୍ରିପ୍ଟୋ ଟ୍ରେଡିଙ୍ଗ ପ୍ଲାଟଫର୍ମ କଏନସ୍ୱିଚ ନିକଟରେ ବଡ ସଫଳତା ପାଇଛି । ୧୦ଟି ଭାରତୀୟ ଆଞ୍ଚଳିକ ଭାଷାରେ ଅନୁବାଦ କରି କ୍ରିପ୍ଟୋ ସୂଚନାକୁ ଅଧିକ ଲୋକଙ୍କ ପାଖେ ପହଞ୍ଚାଇଛି ।ଯାହା ଡିଜିଟାଲ୍ କରେନ୍ସିର ଅଧିକ ଗଣତାନ୍ତ୍ରିକ ସ୍ୱରୁପ । ବିଟକଏନର ମୈାଳିକ ନୀତି ନିଷ୍ପତ୍ତି ଯେତେବେଳେ ମାତୃଭାଷାରେ ମିଳିବ । ସେତେବେଳେ ଲକ୍ଷ ଲକ୍ଷ ଲୋକ ସଶକ୍ତ ହୋଇପାରିବେ ସେ ଲକ୍ଷ୍ୟ ରଖାଯାଇଛି । ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ମରାଠୀ, ତେଲୁଗୁ, ତାମିଲ,ଗୁଜରାଟୀ,ଉର୍ଦ୍ଦୁକନ୍ନଡ ଓ ମାଲାୟଲମ ପ୍ରମୁଖ ଭାଷରେ ଅନୁବାଦ କରିହେବ । ଏହାଦ୍ୱାରା କ୍ରିପ୍ଟୋ ସୂଚନା ବିସ୍ତାରିତ ହେବା ସହ ଏହି କାରବାରରେ ଅଧିକ ଲୋକ ଯୋଡ଼ି ହୋଇପାରିବେ । ତେବେ କ୍ରିପ୍ଟୋର ମୂଳଦୁଆ କୁହାଯାଉଥିବା ହ୍ୱାଇଟ ପେପର ଗୁଡିକ କଏନସ୍ୱିଜ ୱେବସାଇଟରେ ଉପଲବ୍ଧ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *