ଲାଇସେନ୍ସପ୍ରାପ୍ତ ବାଣ ବେପାରୀଙ୍କୁ ଜାନୁଆରୀ ୧ ସୁଦ୍ଧା ଡେଟଲାଇନ୍ ଦେଲେ ଦିଲ୍ଲୀ ହାଇକୋର୍ଟ। ଜାନୁଆରୀ ୧, ୨୦୨୫ ଯାଏ କେହି ବାଣ ବିକ୍ରି କରିପାରିବେନି ବୋଲି ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାଣ ତିଆରି, ଷ୍ଟୋରେଜ୍ ଓ ବିକ୍ରି ଉପରେ ଦିଲ୍ଲୀ ସରକାର ଜାନୁଆରୀ ପହିଲା ଯାଏ ନିଷେଧାଦେଶ ଜାରି କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ବାଣ ଦୋକାନୀ ସଂଘ ପକ୍ଷରୁ ଅଦାଲତରେ ଆବେଦନ ହୋଇଥିଲା। ସଂଘ ଯୁକ୍ତି ଦର୍ଶାଇଥିଲା କି, ଲାଇସେନ୍ସପ୍ରାପ୍ତ ଡିଲରମାନେ ଏକ୍ସପ୍ଲୋସିଭ୍ ଆକ୍ଟ, ୧୮୮୪ରେ ଆଇନଗତ ଭାବେ ବାଣ ଷ୍ଟୋରେଜ୍ ସହ ବିକ୍ରି କରିବାକୁ ବୈଧ। ତା ହେଲେ ସମସ୍ତ ବାଣ ଦୋକାନୀଙ୍କୁ କାହିଁକି ସମାନ ନଜରରେ ଦେଖାଯାଉନି। କେବଳ ଯେଉଁମାନେ ବୈଧ ଲାଇସେନ୍ସ ପାଇଛନ୍ତି, ସେମାନେ ରଖିପାରିବେ। ଆଉ ଅନ୍ୟମାନେ ନୁହେଁ ବୋଲି ଏମିତି ଭେଦଭାବ କାହିଁକି କରାଯାଉଛି କହି ସଂଘ ଯୁକ୍ତି ଦର୍ଶାଇଥିଲା। ଜଷ୍ଟିସ ନରୁଲା ସଂଘକୁ ନିର୍ଦେଶ ଦେଇଛନ୍ତି ଯେ, ସମସ୍ତ ଲାଇସେନ୍ସପ୍ରାପ୍ତ ଡିଲର ଓ ବାଣ ମହଜୁଦ୍ ରଖିବାକୁ ଥିବା ସ୍ଥାନର ତଥ୍ୟ ଦିଅ। ଯେଉଁଠି ବାଣ ସଂରକ୍ଷିତ ରଖାଯାଇପାରିବ। ଆଉ ପ୍ରଶାସନକୁ କୁହାଯାଇଛି, ସେ ସବୁ ଚିହ୍ନଟ ସଂରକ୍ଷିତ ଜାଗାକୁ ସିଲ୍ କରିବ। ଏରିଆକୁ ସିଲ୍ କଲାବେଳେ ଭିଡ଼ିଓ ରେକର୍ଡ କରାଯିବ। ବ୍ୟାନ୍ ଅବଧି ସରିବା ଯାଏ ସିଲ୍ ଖୋଲିବନି। ତିନି ସପ୍ତାହ ଭିତରେ ଉପ-ଜିଲ୍ଲାପାଳ ସିଲ୍ ସମ୍ପର୍କରେ ଏକ ବିସ୍ତୃତ ତଥ୍ୟ କୋର୍ଟରେ ଦାଖଲ କରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now