ଭୟଙ୍କର ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୬ ଦମକଳ ଗାଡି ନିୟୋଜିତ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗରରେ ଏକ ଘରୋଇ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ସେଠାରେ ଥିବା ଆଇ ସେଭେନ ହସ୍ପିଟାଲରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହାପରେ ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ଫାୟାର ବ୍ରିଗେଡ କୁ ଖବର ଦିଆଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ସେବା ଘଟଣାସ୍ଥଳକୁ ପ୍ରାୟ ୧୬ଟି ଅଗ୍ନିଶମ ବାହୀନ ପଠାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ବିଲ୍ଡିଂରୁ କଳା ଧୁଁଆ ବାହାରିବାର ଦେଖାଯାଉଥିଲା । ତେବେ ଏହି ନିଆଁ କିଭଳି ଲାଗିଲା ସେ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ କିଏ ଓ କାହିଁକି ଲଗାଇଥିବା ନେଇ ଜନସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *