ମନ୍ଦିରରୁ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ମନ୍ଦିରକୁ ଅର୍ଥ ଦାନ କରୁଥିବା ବେଳେ ହୁଣ୍ଡିରେ ଖସିପଡିଲା ଭକ୍ତଙ୍କ IPHONE ।ଭକ୍ତ ତାଙ୍କ ଆଇଫୋନ୍ ଫେରାଇ ଦେବାକୁ ଦାବି କରିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଏହାକୁ ଶୁଣିବାକୁ ନାରାଜ । ବର୍ତ୍ତମାନ ଏହି ଆଇଫୋନ୍ ଭଗବାନଙ୍କ ସମ୍ପତ୍ତି ବୋଲି କହି ସେମାନେ ଦାବି କରିଛନ୍ତି ପୂଜକ । ଏଭଳି ଏକ ମାମଲାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ ,ଗତ ନଭେମ୍ବର ମାସରେ ମନ୍ଦିର ଦର୍ଶନ ପାଇଁ ଆସିଥିଲେ ଦିନେଶ ନାମକ ଜଣେ ଯୁବକ । ଦାନ ପାଇଁ ପକେଟ୍ରୁ ଟଙ୍କା ବାହାର କରିବା ସମୟରେ ତାଙ୍କ ଆଇଫୋନ୍ ଦାନ ବାକ୍ସ ଭିତରେ ପଡ଼ିଯାଇଥିଲା । ଏହା ପରେ ମନ୍ଦିର ପ୍ରଶାସନ ସହ ସମ୍ପର୍କ କରି ମୋବାଇଲ ଫୋନ୍ ଫେରାଇବାକୁ ସେ କହିଥିଲେ ।
ମନ୍ଦିର ପ୍ରଶାସନ କହିଲା, ଦାନ ବାକ୍ସ ଦୁଇ ମାସରେ ଥରେ ଖୋଲାଯାଏ । ଏହା ପରେ ଦିନେଶ ସେଠାରୁ ଖାଲିହାତରେ ଫେରିଯାଇଥିଲେ । ଗତ ୨୦ ତାରିଖ (ଶୁକ୍ରବାର) ମନ୍ଦିରର ଦାନ ବାକ୍ସ ଖୋଲାଯାଇଥିଲା । ସେଥିରୁ ମୋବାଇଲ ଫୋନ୍ ମିଳିଲା । ମନ୍ଦିର ପ୍ରଶାସନ ଦିନେଶଙ୍କୁ ଏ ବିଷୟରେ ସୂଚନା ଦେଲେ । ପ୍ରଶାସନ କହିଲା, ଫୋନ୍ ତାଙ୍କୁ ଫେରାଯିବ ନାହିଁ । କାରଣ ପରମ୍ପରା ଅନୁସାରେ, ଦାନ ପେଟିକୁ ଯାଇଥିବା ପ୍ରତ୍ୟେକ ଜିନିଷ ମନ୍ଦିର ଦେବତାଙ୍କର ହୋଇଯାଏ । ଦେବତାଙ୍କୁ ମାନିବାର ଏହି ପରମ୍ପରାକୁ ପାଳନ କରାଯିବ । ସେଥପାଇଁ ଫୋନ୍ ମନ୍ଦିର ପ୍ରଶାସନ ପାଖରେ ରହିବ । ଦିନେଶ ନିଜର ସିମ୍ କାର୍ଡ ଓ ଫୋନ୍ ଡାଟା ନେଇପାରିବେ ବୋଲି ପ୍ରଶାସନ ସ୍ପଷ୍ଟ କଲା । ଦିନେଶ କିନ୍ତୁ ଫୋନ୍ ନେବାକୁ ଦାବି କରିଛନ୍ତି । ତେବେ ଚେନ୍ନାଇନିକଟସ୍ଥ ଥିରୁପୋରୁରରେ ଅରୁଲମିଗୁ କନ୍ଦସ୍ୱାମୀ ମନ୍ଦିରରେ ଏଭଳି ଅଜବ ମାମଲା ସାମ୍ନାକୁ ଆସିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now