ମହାକାଶରେ ପୁଣି ଇତିହାସ ରଚିଲା ଇସ୍ରୋ। ପିଏସଏଲଭି- ସି ୬୦ର ସଫଳ ଉତକ୍ଷେପଣ କଲା ଇସ୍ରୋ। ଶ୍ରୀହରିକୋଟାରୁ ସ୍ପାଡେକ୍ସ ମିଶନକୁ ସଫଳତାପୂର୍ବକ ଲଞ୍ଚିଂ କରାଯାଇଛି। ସୋମବାର ବିଳମ୍ୱିତ ରାତିରେ ପିଏସଏଲଭି- ସି ୬୦ ରକେଟ ଦୁଇଟି ସ୍ପେଶକ୍ରାଫ୍ଟକୁ ଛାଡ଼ିଥିଲା ଇସ୍ରୋ। ଏହା ଫଳରେ ଭବିଷ୍ୟତରେ ଅନ୍ତରୀକ୍ଷ ମିଶନ ଲାଗି ଏହାର ଉପଯୋଗିତା ବେଶ୍ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ଦ୍ୱାରା ୨୦୩୫ ଯାଏ ନିଜର ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ କରିବା ଲକ୍ଷ୍ୟରେ ଭାରତ ପହଞ୍ଚିପାରିବ। ୪୪.୫ ମିଟର ଲମ୍ୱ ଏହି ଉପଗ୍ରହ ପ୍ରକ୍ଷେପଣ ଯାନର ଓଜନ ୨୨୦ କିଲୋଗ୍ରାମ ଅଟେ। ଏହା ୪୭୫ କିଲୋମିଟର ଅର୍ବିଟରେ ବୁଲିବ। ଏହା ଅନ୍ତରୀକ୍ଷ ଡ୍ରକିଂ, ମହାକାଶ ଯାନ ନିର୍ମାଣ, ଉପଗ୍ରହ ସର୍ଭିସିଂ ଓ ଅନ୍ତରୀକ୍ଷ ମିଶନରେ ସାହାଯ୍ୟ କରିବ। ଅନ୍ତରୀକ୍ଷ ଡକିଂ ଟେକନିକ୍ ହାସଲ କରିବାରେ ଦେଶର ବିରଳ କ୍ଲବରେ ସାମିଲ୍ ହୋଇପାରିଛି ଭାରତ। ଏ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ହେବାକୁ ଯାଉଛି ଭାରତ। ଏହି ମିଶନ ବେଶ୍ ସଫଳତାର ସହ ଆଗଉଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ। ସ୍ପାଡେକ୍ସର ଦୁଇଟି ଉପଗ୍ରହ କିଛି ଦିନ ଭିତରେ ୨୦ କିଲୋମିଟର ଯାତ୍ରା କରିବ। ଆଉ ତା ପରେ ମିଳନ ଓ ଡକିଂ ପ୍ରକ୍ରିୟା ଆରମ୍ଭ ହେବ। ଜାନୁଆରୀ ୭ରେ ଏହାର ପରିଣାମ ମିଳିବ। ସ୍ପାଡେକ୍ସର ପୁରା ନାଁ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ। ଇସ୍ରୋ ଏହି ମିଶନ ଜରିଆରେ ଦୁଇଟି ଉପଗ୍ରହ ଚେଜର ଓ ଟାର୍ଗେଟକୁ ମହାକାଶକୁ ପଠାଇଛି। ଏହି ଦୁଇଟି ଉପଗ୍ରହ ମହାକାଶରେ ପରସ୍ପର ସହ ଯୋଡ଼ି ହୋଇ ଅନ୍ତରୀକ୍ଷ ଡକିଂର ପ୍ରଦର୍ଶନ କରିବେ। ସାଟେଲାଇଟର ସମ୍ପୂର୍ଣ୍ଣ ଉପଯୋଗ ବିନା ଏଣିକି ଇଣ୍ଡିଆନ ଷ୍ଟାର୍ଟଅପସ, ଏକାଡେମିକ ସଂସ୍ଥା ଓ ଗବେଷଣା ଅନୁଷ୍ଠାନ ନିଜର ସ୍ପେଶ୍ ଟେକ୍ନୋଲୋଜିକୁ ପ୍ରାକ୍ଟିକାଲି ପରୀକ୍ଷଣ କରିପାରିବେ।
ସ୍ପେଶ୍ ଡକିଂର ସଫଳ ଉତକ୍ଷେପଣ ପରେ ଇସ୍ରୋକୁ ଚାରିଆଡ଼ୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅର୍ବିଟାଲ ଡକିଂ, ହ୍ୟୁମାନ୍ ସ୍ପେଶ୍ ଫ୍ଲାଇଟ ଓ ସାଟେଲାଇଟ୍ ସର୍ଭିସିଂ ମିଶନରେ ଏହା ଗେମଚେଞ୍ଜର ଭାବେ ଉଭା ହେବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଇସ୍ରୋର ଏହି ସଫଳତାରେ ଖୁସି ଜାହିର୍ କରିଛନ୍ତି। ଏହି ଉପଲବ୍ଧି ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ। କେନ୍ଦ୍ର ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ରାସ୍ତାରେ ଏଭଳି ସଫଳତା ଆଉ ଏକ ଅଧ୍ୟାୟ ଯୋଡ଼ିଦେଲା। ଗଗନାୟନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନର ଯାତ୍ରାକୁ ଏହା ଅଧିକ ସୁଗମ ଓ ସହଜ କରିବାର ବାଟ ଫିଟାଇଲା। ଗଲା ୧୦ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିକୁ ଇସ୍ରୋ ସଫଳତାର ସହ ପ୍ରତିପାଦିତ କରିବାରେ ଲାଗିଛି। ଜାନୁଆରୀରେ ଆଦିତ୍ୟ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ।
ଅନ୍ତରୀକ୍ଷରେ ଆତ୍ମନିର୍ଭର ଭାରତର ଆଉ ଏକ ଅଧ୍ୟାୟ ସାମିଲ୍ ହେଲା। ଭାରତକୁ ସ୍ପାଡେକ୍ସ କ୍ଷେତ୍ରରେ ପାଦ ଦେବାରେ ଏହି ଗୌରବମୟ କ୍ଷଣ ଐତିହାସିକ ଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now