କରୱା ଚୌଥରେ ବିଳମ୍ବରେ ଆସିବାରୁ ଆତ୍ମହତ୍ୟା କଲେ ସ୍ତ୍ରୀ

ସ୍ବାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀ କରିଥାଏ କରୱା ଚୌଥ ବ୍ରତ। ଦିନ ସାରା ଉପବାଶ ରହିବା ପରେ ସନ୍ଧ୍ୟାରେ ସ୍ୱାମୀଙ୍କ ହାତରୁ ଜଳ ପାଇବା ପରେ ସ୍ତ୍ରୀ ବ୍ରତ ଭାଙ୍ଗି ଥାଏ। ହେଲେ ରବିବାର କରୱା ଚୌଥ ବ୍ରତ ବେଳେ ଏଭଳି ଏକ ଅଘଟଣ ଘଟିଛି ,ଯାହା ସମସ୍ତଙ୍କୁ ନିସ୍ତବ୍ଦ କରିଦେବ। ସ୍ୱାମୀ ଅଫିସ କାମ ସାରି ବିଳମ୍ବରେ ଆସିବାରୁ କରୱା ଚୌଥ କରିଥିବା ସ୍ତ୍ରୀ ପ୍ରବଳ ଝଗଡ଼ା କରିଥିଲେ। ସ୍ୱାମୀ ତାଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା।ସ୍ୱାମୀଙ୍କ ଉପରେ ରାଗି ସ୍ତ୍ରୀ ଜଣଙ୍କ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ସ୍ୱାମୀ ପାଇବା ପରେ ସ୍ତ୍ରୀଙ୍କ ଶାଢ଼ୀକୁ ବେକରେ ବାନ୍ଧି ଝୁଲିପଡ଼ିଛନ୍ତି। ସାମାନ୍ୟ ବିଳମ୍ବ ପାଇଁ ୨ଟି ଅମୂଲ୍ୟ ଜୀବନ ଚାଲି ଯାଇଛି। ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ ।

ସୂଚନା ଅନୁଯାୟୀ ଘଟଣାଟି ଅକ୍ଟୋବର ୨୦ ତାରିଖରେ ସହରର ହର୍ମଦା ଅଞ୍ଚଳରେ ଘଟିଛି। କରୱା ଚୌଥରେ ୩୮ ବର୍ଷୀୟ ଘନଶ୍ୟାମ ବୁନକର ବିଳମ୍ବରେ ଘରେ ପହଞ୍ଚିଥିଲେ। ଏଥିପାଇଁ ପତ୍ନୀ ମୋନିକା ତାଙ୍କ ସହ ପ୍ରବଳ ପାଟିତୁଣ୍ଡ କରିଥିଲେ।

ଘନଶ୍ୟାମ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ମୋନିକା କିଛି ବି ଶୁଣି ନଥିଲେ। ସେ ସିଧା ଘର ଛାଡ଼ି ଚାଲି ଯାଇଥିଲେ। ଘରୁ ଚାଲିଯିବା ପରେ ସେ ଗୋଟିଏ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ି ଜୀବନ ହାରିଥିଲେ।

କିଛି ସମୟ ପରେ ପତ୍ନୀଙ୍କ ଆତ୍ମହତ୍ୟା ଖବର ଘନଶ୍ୟାମଙ୍କ ପାଖରେ ପହଞ୍ଚିଥିଲା। ସେ ଏହା ଶୁଣି ପୂରା ସ୍ତବ୍ଧ ହୋଇଯାଇଥିଲେ। ଘନଶ୍ୟାମ ସିଧା ଘଟଣାସ୍ଥଳକୁ ଯାଇଥିଲେ ଓ କିଛି ଘଣ୍ଟା ପରେ ଘରକୁ ଫେରିଥିଲେ। କିନ୍ତୁ ହଠାତ୍ ସେ ରୁମରେ ପତ୍ନୀଙ୍କ ଶାଢ଼ୀକୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ।ଆତ୍ମହତ୍ୟା କରିବା ପୂର୍ବରୁ ଘନଶ୍ୟାମ ହ୍ୱାଟସଆପ୍ରେ ବଡ଼ ଭାଇଙ୍କୁ ଗୋଟିଏ ମେସେଜ କରିଥିଲେ। ଏଥିରେ ସେ କହିଛନ୍ତି, “ଭାଇ। ମୁଁ ହାରି ଗଲି। ମୋତେ କ୍ଷମା କରିଦେବ। ଗଣପତି ଜୀ ଓ ଘନଶ୍ୟାମ କାଣ୍ଡେଲଙ୍କ ସହ କଥା ହେବ। ସେମାନେ ତୁମକୁ ସବୁ ପ୍ରକାରର ସାହାଯ୍ୟ କରିବେ। ଏବେ ତୁମକୁ ମୋ ଆଇଡିରେ କାମ କରିବାକୁ ପଡ଼ିବ। ମୋ ସ୍ତ୍ରୀ ଟ୍ରେନ ଆଗକୁ ଡେଇଁ ପଡ଼ିଛି।”

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *