ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କସ୍ତୁରିରଙ୍ଗନଙ୍କ ପରଲୋକ

ପୂର୍ବତନ ଇସ୍ରୋ ଅଧ୍ୟକ୍ଷ କୃଷ୍ଣସ୍ୱାମୀ କସ୍ତୁରିରଙ୍ଗନଙ୍କର ଆଜି ଦେହାନ୍ତ ହୋଇଛି । ଆଜି ସକାଳ ୧୦ ଟା ବେଳେ ବେଙ୍ଗଲୁରୁ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ରବିବାର ଅନ୍ତିମ ସଂସ୍କାର ହେବ । ଏହାପୂର୍ବରୁ ପୂର୍ବରୁ ତାଙ୍କ ମର ଶରୀରକୁ ରମଣ ଗବେଷଣା ପ୍ରତିଷ୍ଠାନରେ ସାଧାରଣ ଦର୍ଶନ ପାଇଁ ରଖାଯିବା ନେଇ ସୂଚନା ରହିଛି ।କସ୍ତୁରିରଞ୍ଜନ ମହାକାଶ ବୈଜ୍ଞାନିକ ଭାବରେ ସର୍ବାଧିକ ୧୦ ବର୍ଷ ସମୟ ଧରି ଇସ୍ରୋ ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୩, ଅଗଷ୍ଟ ୨୭ରେ ଅବସର ପରେ ଡିଆରଡିଓର ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଏବଂ ସଚିବ ଭାବେ ୯ ବର୍ଷ ଯାଏଁ କାମ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *