ପୀଡ଼ିତା କୌଣସି ମାମଲା କରିନାହାନ୍ତି। ତାହେଲେ ପୋକ୍ସୋ ଆକ୍ଟରେ ମାମଲା କେମିତି ହେଲା। ଜଣେ ଟିଭି ସମ୍ପାଦକଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ଏତଲା ନେଇ ପୁଲିସକୁ ଭର୍ତ୍ସନା କରିଛନ୍ତି କେରଳ ହାଇକୋର୍ଟ। ଏହା ସହ ଟିଭି ସମ୍ପାଦକଙ୍କକ ସପକ୍ଷରେ ଆଗୁଆ ଜାମିନ ଆବେଦନକୁ ଅନୁମତି ଦେଇଛନ୍ତି। ମାଲାୟଲମ ନ୍ୟୁଜ୍ ଚାନେଲ ରିପୋର୍ଟର ଟିଭିର କନସଲଟିଂ ଏଡିଟର ଅରୁଣ କୁମାର କେ ଓ ସହ ସମ୍ପାଦକ ସାବାସ ଅହମଦଙ୍କୁ ପୋକ୍ସୋ ମାମଲାରେ ଆଗୁଆ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଛି। ଶବ୍ଦ ଓ ଅଙ୍ଗଭଙ୍ଗୀରେ ଜଣେ ଝିଅକୁ ଯୌନଶୋଷଣର ଆରୋପ ଲାଗିଥିଲା ଉଭୟଙ୍କ ଉପରେ। ଶୁଣାଣୀ ବେଳେ ଜଷ୍ଟିସ୍ ପି.ଭି. କୁହ୍ନିକ୍ରିଷ୍ଣା ମୌଖିକ ଭାବେ କହିଛନ୍ତି, ପୀଡ଼ିତା କୌଣସି କେସ୍ କରିନଥିଲା ବେଳେ ପୁଲିସ କେମିତି ପୋକ୍ସୋ ମାମଲା କଲା। ସେମାନେ ସାମ୍ୱାଦିକ। ରାଜ୍ୟସ୍ତରୀୟ ସ୍କୁଲ ଆର୍ଟସ ଫେଷ୍ଟିଭାଲରେ ଉଭୟ ସାମ୍ୱାଦିକ ଜଣେ ପ୍ରତିଯୋଗୀ ଝିଅଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now