ବିମାନରେ ଅଧଘଣ୍ଟା ନଗ୍ନ ପ୍ୟାରେଡ୍- ଏମର୍ଜେନ୍ସି ଲ୍ୟାଣ୍ଡିଂ

ଉଡ଼ନ୍ତା ବିମାନରେ ମହିଳାଙ୍କ ହଙ୍ଗାମା। ଆମେରିକାର ଜଣେ ମହିଳା ଫ୍ଲାଇଟ୍ ଭିତରେ ପ୍ରାୟ ୨୫ ମିନିଟ୍ ଧରି ଉଲଗ୍ନ ପ୍ୟାରେଡ୍ କଲେ। ଯାହାକୁ ନେଇ ସହଯାତ୍ରୀଙ୍କଠୁ ନେଇ କ୍ରିଉମେମ୍ୱର ବିଚଳିତ ହୋଇପଡ଼ିଥିଲେ। ବିମାନର ଏକଡ଼ରୁ ସେକଡ଼ ଯାଏ ଉଲଗ୍ନ ହୋଇ ବୁଲିବା ସହ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କୁ ଗାଳିଗୁଲଜ କରିଥିଲେ। ଚିଲାଇଥିଲେ। କକପିଟ୍ କବାଟକୁ ବି ପିଟିବାରେ ଲାଗିଥିଲେ। ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ଜଣାପଡ଼ିଛି। ଏହା ପରେ ବିମାନକୁ ହୁଷ୍ଟନ ଏୟାରପୋର୍ଟକୁ ପୁଣି ଫେରିବାକୁ ପଡ଼ିଥିଲା। ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲେ ପାଇଲଟ। ଆଉ ସଂପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସାଉଥଓ୍ୱେଷ୍ଟ ବିମାନ ଆମେରିକାର ହୁଷ୍ଟନର ବିଲିୟମ ପି ହବି ବିମାନବନ୍ଦରରୁ ଉଡ଼ାଣ ଭରି ଫିନିକ୍ସ ଏରିଜୋନା ଯାଉଥିଲା। କିନ୍ତୁ ବିମାନ ଗେଟ୍ ପାଖରେ ସଂପୃକ୍ତ ମହିଳା ଏମିତି ହଙ୍ଗାମା କରିଥିଲେ। ଜଣେ କର୍ମଚାରୀ ମହିଳାଙ୍କ ଉପରେ କମ୍ୱଳ ଘୋଡ଼ାଇବା ସତ୍ତ୍ୱେ ସେ ତାହାକୁ କାଢ଼ି ଫିଙ୍ଗିଦେଇଥିଲେ। ସଂପୃକ୍ତ ମହିଳାଙ୍କୁ ହୁଷ୍ଟନର ହେରିସ୍ ହେଲଥ ବେନ୍ ତାଉବ୍ ହସ୍ପିଟାଲର ନ୍ୟୁରୋସାଇକିଆଟ୍ରିକ୍ ସେଣ୍ଟରରେ ଭର୍ତ୍ତି କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *