ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ବିସ୍ଫୋରଣ । ଏକ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଗ୍ୟାସୋଲିନ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଟ୍ୟାଙ୍କରରେ ହଠାତ୍ ବିସ୍ଫୋରଣ ପରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଯୋଗୁଁ ଆକାଶରେ କଳା ଧୂଆଁ ବ୍ୟାପିଯାଇଥିଲା । ବିସ୍ଫୋରଣ
ଦେଶର ଜରୁରୀକାଳୀନ ପ୍ରତିକ୍ରିୟା ସଂସ୍ଥା ଅନୁଯାୟୀ, ଶନିବାର ଦିନ କିଛି ଲୋକ ଜେନେରେଟର ବ୍ୟବହାର କରି ଗୋଟିଏ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ରକକୁ ପେଟ୍ରୋଲ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିଲେ। ନାଇଜର ପ୍ରଦେଶର ସୁଲେଜା ଅଞ୍ଚଳ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଇନ୍ଧନ ସ୍ଥାନାନ୍ତର ଯୋଗୁଁ ହୋଇଥିଲା। ଯେଉଁଥିରେ ପେଟ୍ରୋଲ ସ୍ଥାନାନ୍ତର କରୁଥିବା ଲୋକମାନେ ଏବଂ ଆଖପାଖରେ ଛିଡା ହୋଇଥିବା ଲୋକ ପ୍ରାଣ ହରାଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now