ରାଜସ୍ଥାନ ହାଇକୋର୍ଟ ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଲେ। ରୋଡସାଇଡରେ ପଡିଥିବା ଏକ ସିମେଣ୍ଟ ପାଇପ୍ ଭିତରେ ଟେଣ୍ଟ ବାନ୍ଧି ଜଣେ ବିଧବା ନିଜ ପିଲାଙ୍କ ସହ ଦୟନୀୟ ଅବସ୍ଥାରେ ରହୁଥିବା ଖବର ଅଦାଲତଙ୍କ ନଜରକୁ ଆସିଥିଲା। ଗଣମାଧ୍ୟମରେ ଏ ଖବର ପ୍ରକାଶିତ ପରେ ଜଷ୍ଟିସ ଅନୁପ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଓ ପରିଯୋଜନାର ଖରାପ୍ କ୍ରିୟାନ୍ୱୟନ କାରଣରୁ ଏଭଳି ସ୍ଥିତି ଉପୁଜିଛି। ରାଜ୍ୟ ସରକାର ସଂପୃକ୍ତ ମହିଳାଙ୍କୁ ଉଚିତ ରକ୍ଷଣାବେକ୍ଷଣ, ସୁରକ୍ଷା ଓ ଧ୍ୟାନ ଦେବା ଜରୁରୀ ବୋଲି ନିର୍ଦେଶ ଦେଇଛନ୍ତି ଅଦାଲତ। ବିଧବା ଜଣକ ନିଜର ଦୁଇ ଝିଅଙ୍କ ସମେତ ୪ଜଣ ନାବାଳକଙ୍କ ସହ ଅତି ଦୟନୀୟ ପରିସ୍ଥିତିରେ କାଳ କାଟୁଥିଲେ। ଅଦାଲତ କହିଛନ୍ତି, ପିଲାଙ୍କ ଅଧିକାରକୁ ରକ୍ଷା କରିବା କେବଳ ଆଇନର ଦାୟିତ୍ୱ ନୁହେଁ। ବରଂ ନୈତିକ ଅନିର୍ବାର୍ଯ୍ୟ ଅଟେ। ଯାହା ସମାଜର ଭବିଷ୍ୟତକୁ ପ୍ରଭାବିତ କରୁଛି। ଭାରତରେ ଲକ୍ଷ ଲକ୍ଷ ପିଲା ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯାହା ପିଲାଙ୍କ ସୁରକ୍ଷା, ବିକାଶକୁ ବିପଦରେ ପକାଉଛି। ଏଥିରେ ଶୋଷଣ, ହିଂସା, ଦୁର୍ବ୍ୟବହାର, ଅମାନବୀୟ ଓ ଅପମାନଜନକ ବ୍ୟବହାର ସାମିଲ୍ ଅଟେ। ସ୍ଥିତିର ଗମ୍ଭୀରତାକୁ ଦେଖି ଅଦାଲତ ବିଧବା ଓ ତାଙ୍କ ପିଲାଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ରାସ୍ତାକଡ଼ରେ ରହୁଥିବା ଏମିତି ପିଲାଙ୍କୁ ଆଶ୍ରୟଗୃହରେ ରଖିବା ସହ ଶିକ୍ଷା ଓ ଅନ୍ୟ ସୁବିଧା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର କି ସବୁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ରିପୋର୍ଟ ତଲବ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now