ଲରେନ୍ସ ବିଷ୍ଣୋଇ ସହ କଥା ହେବେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଖୋଲାଖୋଲି ଭାବେ ସଲମାନ ଖାନକୁ ଧମକ ଦେଇଛି । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ମଦ୍ୟ ଦାୟୀ । ଏସବୁକୁ ଦୃଷ୍ଟିରେ ରଖି ସୁପରଷ୍ଟାରର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସୋମି ଅଲି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲାଇମଲାଇଟ୍ କୁ ଆସିଛନ୍ତି । ସୋମି ଲରେନ୍ସ ବିଷ୍ଣୋଇକୁ ଏକ ଜୁମ୍ କଲରେ ଇନଭାଇଟ କରିଛନ୍ତି ।

ସୋମି ଅଲୀ ସାବରମତି ସେଣ୍ଟ୍ରାଲ ଜେଲରେ ଲରେନ୍ସ ବିଷ୍ଣୋଇଙ୍କ ସହ ଯୋଗାଯୋଗ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି।ଗୁରୁବାର ଦିନ ସୋମି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲରେନ୍ସଙ୍କ ଏକ ଫଟୋ ସେୟାର କରିଛନ୍ତି। ସୋମି ଲେଖିଛନ୍ତି, ‘ଏହା ଲରେନ୍ସ ବିଷ୍ଣୋଇଙ୍କ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା – ହେଲୋ, ଲରେନ୍ସ ଭାଇ, ମୁଁ ଶୁଣିଛି ଏବଂ ଦେଖିଛି ଯେ ଆପଣ ଜେଲରୁ ମଧ୍ୟ ଜୁମ୍ କଲ କରୁଛନ୍ତି, ତେଣୁ ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହେଁ।

ସୋମି ଆହୁରି କହିଛନ୍ତି, ‘ଦୟାକରି ମୋତେ କୁହନ୍ତୁ ଏହା କିପରି ସମ୍ଭବ ହେବ? ସାରା ବିଶ୍ୱରେ ଆମର ସବୁଠାରୁ ପ୍ରିୟ ସ୍ଥାନ ହେଉଛି ରାଜସ୍ଥାନ । ଆମେ ପୂଜା ପାଇଁ ଆପଣଙ୍କ ମନ୍ଦିରକୁ ଆସିବାକୁ ଚାହୁଁ, କିନ୍ତୁ ପ୍ରଥମେ ଆସନ୍ତୁ ଆପଣଙ୍କ ସହିତ ଜୁମ୍ କଲ୍ କରିବା ଏବଂ ପୂଜା ପରେ କିଛି ଆଲୋଚନା କରିବା । ସୋମି ଏତିକିରେ ଅଟକି ନଥିଲେ ଏବଂ ତାଙ୍କ କଥାବାର୍ତ୍ତା ଜାରି ରଖିଥିଲେ ଏବଂ କହିଥିଲେ, ‘ମୋତେ ବିଶ୍ୱାସ କରନ୍ତୁ, ଏହା କେବଳ ଆପଣଙ୍କ ଲାଭ ପାଇଁ । ମୋତେ ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତୁ, ଏହା ଆପଣଙ୍କ ପାଇଁ ଏକ ବଡ଼ ଅନୁକମ୍ପା ହେବ । ଧନ୍ୟବାଦ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *