ହଟିବେ ସେବି ଅଧ୍ୟକ୍ଷା ମାଧବୀ ବୁଚ୍। ତାଙ୍କର କାର୍ଯ୍ୟକାଳକୁ ଆଉ ବଢ଼ାଇଲେନି କଲେନି କେନ୍ଦ୍ର ସରକାର। ମାସକୁ ୫ଲକ୍ଷ ୬୨ ହଜାର ୫ଶହ ଟଙ୍କା ଦରମା ପାଇ ସେବିର ପରବର୍ତ୍ତୀ ଅଧ୍ୟକ୍ଷ ତା ହେଲେ କିଏ ହେବ। କାରଣ ସେବି ଅଧ୍ୟକ୍ଷ ପଦ ଲାଗି କେନ୍ଦ୍ର ବିଜ୍ଞାପନ ବାହାର କରିଛି। ସେବିର ଚେୟାରମ୍ୟାନ ଥିବା ମାଧବୀଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରୁଛି। ମାର୍ଚ୍ଚ ୨, ୨୦୨୨ରେ ସେବି ଅଧ୍ୟକ୍ଷା ଭାବେ ଦାୟିତ୍ୱ ସମ୍ଭାଳିଥିଲେ ମାଧବୀ। ୩ ବର୍ଷ ପୂରଣ ପରେ ଏବେ ତାଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯିବ। ମାଧବୀ ସେବିର ମଙ୍ଗ ଧରିବାରେ ପ୍ରଥମ ମହିଳା ଅଟନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସେବି ଅଧ୍ୟକ୍ଷ ପଦ ପାଇଁ ଆବେଦନ ଲାଗି ବିଜ୍ଞାପନ ବାହାରିଛି। ଫେବୃଆରୀ ୧୭ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now