ପାରାମିଲିଟାରୀ ଫୋର୍ସରେ ବୃଦ୍ଧି ପାଉଛି ଆତ୍ମହତ୍ୟା ଜନିତ ମୃତ୍ୟୁ। ୧୦୦ ଦିନିଆ ଛୁଟି ନୀତି ଏକ ରିଲିଫ ବୋଲି ରାଜ୍ୟସଭାକୁ ଜଣାଇଲେ ଗୃହ ମନ୍ତ୍ରଣାଳୟ। ରାଜ୍ୟସଭାକୁ ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହି ପଲିସି ଦ୍ୱାରା କର୍ମଚାରୀ ମାନେ ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ନିଶ୍ଚିନ୍ତ କରୁଛନ୍ତି। ଦୀର୍ଘ ଘଣ୍ଟା ଧରି ଡ୍ୟୁଟି ଏବଂ ନିଦ୍ରା ଅଭାବ କାରଣରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ କାର୍ଯ୍ୟରତ କର୍ମଚାରୀ ମାନେ କେବଳ ଆତ୍ମହତ୍ୟା କରୁନାହାନ୍ତି, ବରଂ ସେବା ସମାପ୍ତ କରିବା ପୂର୍ବରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ଉପସ୍ଥାପିତ କରିଥିବା ତଥ୍ୟ ଅନୁସାରେ, ୭୩୦ ଜଣ ଯବାନ ଆତ୍ମହତ୍ୟା କରିଥିବା ବେଳେ ୫୫ହଜାରରୁ ଅଧିକ ଯବାନ ସ୍ୱେଚ୍ଛାକୃତ ଅବସର ନେଇସାରିଲେଣି। ତେବେ ଯବାନ ମାନଙ୍କର ଆତ୍ମହତ୍ୟା ବ୍ୟକ୍ତିଗତ କାରଣ ହୋଇଥାଏ।
ବୃଦ୍ଧି ପାଉଥିବା ଆତ୍ମହତ୍ୟା ନେଇ ରିସର୍ଚ୍ଚ କରୁଥିବା ଟାସ୍କଫୋର୍ସ କହିଛି ଯେ, ମୃତ୍ୟୁବରଣ କରିଥିବା ୮୦ ପ୍ରତିଶତରୁ ଅଧିକ କର୍ମଚାରୀ ଘରୁ ଛୁଟିରୁ ଫେରିବା ପରେ ହିଁ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ପତି କିମ୍ୱା ପରିବାର ସଦସ୍ୟଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି, ବୈବାହିତ ମତଭେଦ କିମ୍ୱା ଛାଡ଼ପତ୍ର, ଆର୍ଥିକ ଅସୁବିଧା ଏବଂ ପିଲା ମାନଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷାର ସୁଯୋଗ। ଏସବୁକୁ ମୁକାବିଲା କରିବାକୁ ନିଶ୍ଚିନ୍ତ କରିବାକୁ ହେବ ଯେ, କର୍ମଚାରୀ ମାନେ କିଭଳି ନିଜ ପରିବାର ସହ ଅଧିକରୁ ଅଧିକ ସମୟ ଅତିବାହିତ କରିପାରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now