ଅଚାନକ UPI ପେମେଣ୍ଟ ଠପ୍

ଭାରତର ଅନେକ ସହରରେ ଅଚାନକ ଉପିଆଇ ସର୍ଭିସ କାମ କରୁନି ।ଏହା ଦ୍ୱାରା ବ୍ୟବହାରକାରୀମାନେ UPI ଦ୍ୱାରା ପେମେଣ୍ଟ୍‌ କରିପାରୁନାହାଁନ୍ତି । ଏହି ସମସ୍ୟାକୁ ଟ୍ରାକ୍‌ କରୁଥିବା ୱେବ୍‌ସାଇଟ୍‌ ଡାଉନ୍‌ଡିଟେକ୍ଟର ମଧ୍ୟ ଏହାର ସୂଚନା ଦେଇଛି । ହଠାତ୍ UPI ସର୍ଭିସ ଠଫ୍ ହୋଇଯିବାରୁ Paytm,PhonePe ଏବଂ Google Pay ବ୍ୟବହାରକାରୀମାନେ UPI ପେମେଣ୍ଟ କରିପାରୁନାହାଁନ୍ତି ।

ବର୍ତ୍ତମାନ ଦିନକୁ ଦିନ ଇ-ବ୍ୟାଙ୍କିଙ୍ଗ୍‌ ସେବା ବଢି ବଢି ଚାଲିଛି । ସାଧାରଣତଃ ପରିବା ଦୋକାନିଠୁ ନେଇ ସପିଙ୍ଗ୍ ମଲ୍ ପର୍ଯ୍ୟନ୍ତ ସବୁଠି UPI ସ୍କାନରର ବ୍ୟବସ୍ଥା ରହିଛି । ଲୋକମାନେ ପାଖରେ କ୍ୟାସ୍‌ ରଖିବାକୁ ଆଉ ପସନ୍ଦ କରୁନାହାଁନ୍ତି । ଗୋଟିଏ କ୍ଲିକ୍‌ରେ ପେମେଣ୍ଟ କରିବା ସମସ୍ତଙ୍କର ପସନ୍ଦ ପାଲଟିଛି । ତେଣୁ ହଠାତ୍‌ ଏହି ସେବାରେ ବାଧା ସୃଷ୍ଟି ହେବାରୁ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ୍ନ ହୋଇଛନ୍ତି । ଡାଉନ୍‌ଡିଟେକ୍ଟରର ସୂଚନା ଅନୁସାରେ ଏହି ସମସ୍ୟା ପାଖାପାଖି ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *