ଜଳବାୟୁ ପରିବର୍ତ୍ତନ: ସର୍ବାଗ୍ରରେ ଭାରତ

Spread the love

ନୂଆଦିଲ୍ଲୀ: ବିଶ୍ବ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ବା ସିସିପିଆଇରେ ଭାରତକୁ ଶୀର୍ଷ ୫ ଦେଶ ମଧ୍ୟରେ ଓ ଜି-୨୦ ଦେଶମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ମିଳିଛି। ଏହି ସୂଚକାଙ୍କ ଜର୍ମାନୀସ୍ଥିତ ଜର୍ମାନ ୱାଚ,ନିଉ କ୍ଲାଇମେଟ ଇନଷ୍ଟିଚ୍ୟୁଟ ଆଣ୍ଡ କ୍ଲାଇମେଟ ଆକ୍ସନ ନେଟୱର୍କ ଇଣ୍ଟରନାସନାଲ ଦ୍ବାରା ପ୍ରକାଶ ପାଇଛି। ଏସମ୍ପର୍କରେ ଶକ୍ତି ମନ୍ତ୍ରଣାଳୟର ଏକ ବୟାନରେ କୁହାଯାଇଛି କି, ଭାରତ ନିଜ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ଆଧାରରେ ଦୁନିଆର ଶୀର୍ଷ ୫ ଦେଶ ମଧ୍ୟରେ ନିଜ ନାମ ସାମିଲ କରିଛି ଓ ଜି-୨୦ ଦେଶଗୁଡିକରେ ସର୍ବାଗ୍ରରେ ରହିଛି।  ସିସିପିଆଇ ୨୦୨୩ ଅନୁସାରେ  ଭାରତ ଦୁଇ ଅଙ୍କ ଉପରକୁ ଉଠି ୮ମ ସ୍ଥାନରେ ରହିଛି। ଯେତେବେଳେ କି, ନଭେମ୍ବର ୨୦୨୨ର କପ୨୭ରେ ଜାରି ସିସିପିଆଇର ନୂତନ ରିପୋର୍ଟ ଅନୁଯାୟୀ ଭାରତ ୫ମ ସ୍ଥାନରେ ରହିଛି। ଭାରତ ଉପରେ ଡେନମାର୍କ, ସ୍ବିଡେନ, ଚିଲି ଓ ମସ୍କୋକୁ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନ ମିଳିଛି। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ କୌଣସି ଦେଶ ନାହିଁ।  ସିସିପିଆଇର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ପାରଦର୍ଶିତା ବୃଦ୍ଧି ଓ ଜଳବାୟୁ ସଂରକ୍ଷଣ ପ୍ରୟାସ ଓ ଭିନ୍ନ ଭିନ୍ନ ଦେଶ ଦ୍ବାରା ନିଆଯାଇଥିବା ପଦକ୍ଷେପର ତୁଳନା କରିବା। ସେହିପରି ବୃହତ୍ତ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତରର ରାଙ୍କ ଭଲ ରହିଛି।

Leave a Reply

Your email address will not be published. Required fields are marked *