ଥରିଲା ଚାଇନା

ଚାଇନାର ଶିନଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୌଣସି ଧନ ଜୀବନ କ୍ଷତିର ଖବର ନାହିଁ। ଏକ୍ସରେ ପୋଷ୍ଟ କରି ଲେଖାଯାଇଥିଲା ଯେ ଭୂମିକମ୍ପର ଗଭୀରତା ସ୍ଥଳଭାଗର ୫୦ କିଲୋମିଟର ତଳେ ଥିଲା।ଦୁଇ ଦିନ ପୂର୍ବେ, ଅର୍ଥାତ୍‌ ଜାନୁଆରୀ ୭ରେ, ଜିଜାଙ୍ଗରେ ହୋଇଥିବା ଭୂମିକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା, ଯେଉଁଥିରେ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜିଜାଙ୍ଗ ଅଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ, ଯେଉଁଠାରେ ଭୂମିକମ୍ପ ହେବାର ସମ୍ଭାବନା ରହିଛି।

ଗତ ମଙ୍ଗଳବାର (ଜାନୁଆରୀ ୭) ତିବ୍ଦତର ଶିଗାଟସେରେ ୬.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯେଉଁଥିରେ ଅତି କମରେ ୧୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୮୮ ଜଣ ଆହତ ହୋଇଥିଲେ। ପଡ଼ୋଶୀ ଦେଶ ନେପାଳରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା, ଯାହା ଫଳରେ କୋଠାଗୁଡ଼ିକ ଥରି ଉଠିବା ଆରମ୍ଭ କରିଦେଇଥିଲା ଏବଂ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *